Latest Odisha News

ବିଳମ୍ବିତ ରାତିରେ ଟ୍ରେନ୍‌ରୁ ଖସି ପଡ଼ିଲା ୫ ବର୍ଷର ଶିଶୁ, ଆଉ ତା’ପରେ…

ରେଢାଖୋଲ: ରେଢାଖୋଲ ରେଳଷ୍ଟେସନ ଠାରୁ ପ୍ରାୟ ୪ କିମି ଦୁର ଅଙ୍ଗାରପଡା ନିକଟରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ପୁରୀ-ଦୁର୍ଗ ଟ୍ରେନରୁ ଜଣେ ୫ ବର୍ଷ ର ଶିଶୁ ଖସିପଡିଥିବା ବେଳେ ରାତି ସାରା ଜଙ୍ଗଲ ମଝିରେ ନିଜ ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ କରିଚାଲିଥିଲା । ଶେଷରେ ଖବରପାଇ ତାଙ୍କୁ ଆରପିଏଫ ଉଦ୍ଧାର କରିଛି ।

ଖବର ମୁତବାକ, ୫ ବର୍ଷର ଶିଶୁପୁତ୍ର ପ୍ରୀତିଶପ୍ରଜ୍ଞା ତାଙ୍କ ବାପା ଓ ପିଉସାଙ୍କ ସହ ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନ୍‌ରେ ଛତିଶଗଡ଼ରୁ ଭୁବନେଶ୍ୱର ଆସୁଥିଲେ । ରାତିରେ ଟ୍ରେନ୍‌ ଛାଡିଥିଲା ସମସ୍ତେ ଶୋଇଥିଲେ । ବିଳମ୍ବିତ ରାତିରେ ପ୍ରୀତିଶ ନିଦରୁ ଉଠି ଟ୍ରେନ୍ ଡୋର୍ ନକଟକୁ ଆସିଯାଇଥିଲେ ଡୋର୍ ଟି ବନ୍ଦ ନଥିବାରୁ ଫଳରେ ତାଙ୍କ ଗୋଡ ଖସିଯାଇଥିଲା ଆଉ ସେ ଟ୍ରେନ୍ ରୁ ତଳେ ପଡିଯାଇଥିଲେ । ଭାଗ୍ୟଟାଣ ଯୋଗୁଁ ତାଙ୍କର ଜୀବନ ବଞ୍ଚିଯାଇଥିଲା । ହେଲେ ସେ ଖଣ୍ଡିଆ ଖାବରା ହୋଇ ସେହି ସ୍ଥାନରେ ରାତି ସାରା ବସି ରହିଥିଲେ ।

ପରଦିନ ସକାଳୁ ଉକ୍ତ ଟ୍ରାକ୍‌ରେ ଆସୁଥିବା ଏକ ମାଲଗାଡ଼ିର ଲୋକୋ ପାଇଲଟ ପ୍ରୀତିଶପ୍ରଜ୍ଞାକୁ ସେହି ସ୍ଥାନରେ ବସିଥିବାର ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ରେଢ଼ାଖୋଲ ଷ୍ଟେସନ୍‌କୁ ଖବର ଦେଇଥିଲେ । ଆରପିଏଫ୍‌ ଟ୍ରାକ୍‌ ପାର୍ଶ୍ୱରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ ।

ଅନ୍ୟପଟେ ପ୍ରୀତିଶଙ୍କ ବାପା ମାନସ ହୋତାଙ୍କ ନିଦ ଭାଙ୍ଗିବା ବେଳକୁ ତାଙ୍କ ପାଖରେ ପୁଅ ନଥିବାରୁ ସେ ବ୍ୟସ୍ତ ହୋଇ ସମଗ୍ର ଟ୍ରେନ୍ ଟିକୁ ଖୋଜି ବୁଲିଥିଲେ । ଏହାପରେ ସେ ଆରପିଏଫ୍‌ ହେଲ୍ପଲାଇନ୍‌ ନମ୍ୱର ୧୩୯ରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ଏହାପରେ ସେ ଢେଙ୍କାନାଳ ଷ୍ଟେସନ୍‌ରେ ଓହ୍ଲାଇଥିଲେ । ସେଠାରେ ତାଙ୍କ ପୁଅ ରେଢାଖୋଲ ମେଡିକାଲ୍‌ ରେ ଚିକିତ୍ସିତ ହେଉଥିବା ଖବର ପାଇଥିଲେ ।

ପରେ ମାନସ ଓ ତାଙ୍କ ଭିଣୋଇ ରେଢାଖୋଲ ଯାଇ ମେଡିକାଲରୁ ପ୍ରୀତିଶପ୍ରଜ୍ଞାଙ୍କୁ ଧରି ଫେରିଥିବା ଜଣାପଡ଼ିଛି ।

Comments are closed.