Latest Odisha News

BREAKING NEWS

ଶୋଇବା ଘରୁ ଉଦ୍ଧାର ହେଲା ୧୦ ଫୁଟ ଲମ୍ବର ଅହିରାଜ, ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍

ଗଞ୍ଜାମ: ଶୋଇବା ଘରେ ପଶିଥିଲା ଏକ ଅହିରାଜ ସାପ । ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍ । ଗଞ୍ଜାମ ଜିଲ୍ଲାର ଖଲିକୋଟ ବେଗୁନିଆ ପଡା ଅନ୍ତର୍ଗତ ଗୁରୁଝରି ଗାଁର ଧନୁର୍ଦ୍ଧର ମହାନ୍ତିଙ୍କ ଶୋଇବା ଘରେ ୧୦ ଫୁଟ ଲମ୍ବର ଏକ ଅହିରାଜ ସାପ ପଶିଯାଇଥିଲା । ସାପଟି ଘରର କାନ୍ଥରେ ଥିବା କଣା ଭିତରେ ପଶିଥିଲା । ସାପକୁ ଦେଖି ଧନୁର୍ଦ୍ଧର ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । 

ସ୍ନେକ ହେଲ୍ପଲାଇନ ସଦସ୍ୟ ସ୍ୱପ୍ନାଲୋକ ମିଶ୍ର ଏବଂ ମିହିର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି । ଏହାପରେ ଅତ୍ୟନ୍ତ ସତର୍କତାର ସହିତ ସାପଟିକୁ ଏକ ବ୍ୟାଗରେ ନେଇ ଗାଁଠାରୁ ଦୂରରେ ଥିବା ଜଙ୍ଗଲରେ ଛାଡି ଦିଆଯାଇଛି । ସାପକୁ ଜଙ୍ଗଲରେ ଛାଡିବା ସମୟରେ ବନ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । 

ଅହିରାଜ ସାପ କାମୁଡ଼ିଲେ ମୃତ୍ୟୁ ସୁନିଶ୍ଚିତ । କାରଣ ଆମ ଦେଶରେ ଅହିରାଜ ସାପ ବିଷର ଆଣ୍ଟି ଭେନମ ଉପଲବ୍ଧ ନାହିଁ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

Leave A Reply

Your email address will not be published.