Latest Odisha News

ଚଳନ୍ତା ବସରେ ଜନ୍ମ ହେଲା ଶିଶୁ କନ୍ୟା

ଗୁଣୁପୁର: ଗୁଣୁପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ବସରେ ଗୋଟିଏ ନବଜାତ ଶିଶୁ କନ୍ୟା ଜନ୍ମ ହୋଇଥିବା ଜଣାପଡିଛି ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମାନବିକତା ଦୃଷ୍ଟି କୋଣରୁ ବସ ରେ ଥିବା କର୍ମଚାରୀ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

ସୂଚନାଅନୁସାରେ, ପାରଳାଖେମୁଣ୍ଡି ରୁ ନବରଙ୍ଗପୁର ଯାଉଥିବା ଗୋଟିଏ ବସରେ ଜଣେ ଗର୍ଭବତୀ ଗୁଣପୁର ଅଭିମୁଖେ ଆସୁଥିବା ବେଳେ ସନ୍ଧ୍ୟା ସାଢ଼େ ୭ଟାରେ ଗଜପତି ଜିଲ୍ଲା କାଶୀନଗର ଠାରେ ବସରେ ହିଁ ପ୍ରସୂତି ହୋଇଥିଲା । ଆଉ କନ୍ୟା ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଛି । ଘଟଣା କ୍ରମରେ ଏହି ବସ୍ ରେ ବସିଥିବା ଡ. ଅରୁଣ ନାୟକ ଓ ଡ. ସୁନିତା ମଲିକଙ୍କ ସହାୟତାରେ ଏହି ପ୍ରସୂତି ପ୍ରକ୍ରିୟା ସୁରକ୍ଷିତ ଭାବେ ବସ୍ ରେ ହୋଇଥିଲା ।

ତେବେ ବସ କର୍ମଚାରୀ ଅତି ସତର୍କତାର ସହ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରସୂତିଙ୍କୁ ମେଡ଼ିକାଲ ରେ ଭର୍ତ୍ତି କରାଇଥିଲେ। ଏବେ ଉଭୟ ମାଆ ଆଉ ଛୁଆ ସୁସ୍ଥଥିବା ମେଡ଼ିକାଲ କତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ତେବେ ପ୍ରସୂତୀଙ୍କ ନିକଟରେ ତାଙ୍କର କୌଣସି ପରିଚିତ ଲୋକ ନଥିବା ବେଳେ ପ୍ରସୂତି ଜଣକ କିଏ ସେନେଇ କିଛି ସୂଚନା ମିଳିପାରି ନାହିଁ । ବସ୍ କର୍ମଚାରୀ ମାନଙ୍କ ଏପରି ମହାନ ସାହାଯ୍ୟ ସହଯୋଗକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।

Comments are closed.