ଭଦ୍ରକ: ଜାଲରେ ପଡିଛି ଏତେବଡ ମାଛ ! ଦେଖିଲେ ଆଖି ଖୋସି ହେଇଯିବ । ଓଜନ ବି କିଛି କମ ନୁହେଁ । ପୂରା ୩୦ କେଜି । ମାଛଧରାଳି କେଉଟ ତ ଏତେବଡ ମାଛକୁ ଦେଖି ବେଶ ଖୁସି ହୋଇ ଯାଇଥିଲେ । ହେଲେ ଏବେ ପଡିଛନ୍ତି ଚିନ୍ତାରେ । କ’ଣ କରିବେ ଏଇ ମାଛକୁ ନେଇ ? ଏତେ ବଡ ମାଛକୁ ନେବ କିଏ ? ଘରେ ବା କେଉଁଠି ତାକୁ ରଖିବେ ? ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ପିତେଇପୁର ଘାଟରେ କିଛି ମତ୍ସଜୀବୀ ମାଛ ଧରୁଥିଲେ । ତାଙ୍କ ଜାଲରେ ପଡିଥିଲା ଏକ ବିରାଟ କାୟ ମାଛ । ମାଛଟି ‘କଳା ସାରାଣ୍ଟ’ ବୋଲି କୁହାଯାଉଛି। ମାଛଟିରି ଓଜନ ୩୦ କେଜି ହେବ ଅନୁମାନ କରାଯାଉଛି । ଲମ୍ବ ୫ ଫୁଟ ହବେ । ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।
ଅଭିଜ୍ଞ ଲୋକଙ୍କ କହିବା ଅନୁଯାୟୀ, ଏହି ମାଛମାନେ ସାଧାରଣତଃ ପାହାଡିଆ ଅଞ୍ଚଳରେ ରହିଥାନ୍ତି। ଗତକାଲି ସନ୍ଧ୍ୟା ସମୟରେ ସ୍ଥାନୀୟ ଅଞ୍ଚଳର ଅଶୋକ ତରାଇ ନଦୀରେ ଜାଲ ଟାଣୁଥିବା ବେଳେ ଏହି ମାଛ ଧରାପଡିଥିଲା । ଏତେ ବଡ ମାଛକୁ କେହି କିଣିବା ପାଇଁ ରାଜି ହେଉ ନ ଥିବାରୁ ଏହାକୁ ଦଉଡ଼ିରେ ବାନ୍ଧି ରଖିଛନ୍ତି ମତ୍ସ୍ୟଜୀବୀ।
Comments are closed.