Latest Odisha News

BREAKING NEWS

ରଥାରୁଢ ଠାକୁରଙ୍କର ଆଜି ଅଧରପଣା ନୀତି, ଆସନ୍ତାକାଲି ନୀଳାଦ୍ରିବିଜେ

ପୁରୀ: ସିଂହଦ୍ୱାରରେ ତିନି ଠାକୁର । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର । ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି ।   ସିଂହଦ୍ୱାର ଆଗରେ ତିନି ରଥ ଉପରେ ଅଧରପଣା ସମର୍ପଣ କରାଯିବ ଅଧରପଣା ।

ଅଧର ପଣା ଲାଗି ହେବା ପରେ ରଥର ପାର୍ଶ୍ୱଦେବଦେବୀ ଓ ଅଶରୀରଙ୍କ ଲାଗି ଭଙ୍ଗାହେବ ଅଧର ହାଣ୍ଡି । ରଥଯାତ୍ରାରେ  ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଠାକୁରଙ୍କ ଅଧର ପଣା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହାଣ୍ଡି । କ୍ଷୀର, ଛେନା, କର୍ପୁର, ଗୁଜୁରାତି ଆଦି କେତେ ପ୍ରକାର ଜିନିଷ ପଡି ପ୍ରସ୍ତୁତ ହୋଇଥାଏ ଏହି ଅଧରପଣା  । ଏହି ହାଣ୍ଡିରେ  ଅଧରପଣା ପ୍ରସ୍ତୁତ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହେବ । ତିନି ଠାକୁରଙ୍କ ସାମ୍ନାରେ ୩ଟି ଲେଖାଏ ହାଣ୍ଡି ପଣା ଭୋଗ ହେବ ।   ପଣା ଭୋଗ ପରେ ଏହି ହାଣ୍ଡିକୁ ରଥ ଉପରେ  ଭାଙ୍ଗି ଦିଆଯିବାର ପରଂପରା ରହିଛି ।

ଆଜି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ ଅଧରପଣା ନୀତି । ଶ୍ରମନ୍ଦିର  ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ଅପରାହ୍‌ଣ ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ମଧ୍ୟାହ୍ନ ଧୂପ ସଂପନ୍ନ ହେବ । ପରେ ରାତି ଆଠଟା ସୁଦ୍ଧା ତିନି ରଥରେ ଅଧର ପଣା ନୀତି ସମ୍ପନ୍ନ ହେବ । ରାତି ୯ଟା ଭିତରେ ମହାସ୍ନାନ ଓ ରାତି ସାଢ଼େ ଗୋଟାଏରେ ବଡ଼ ସିଂହାର ବେଶ  ସମ୍ପନ୍ନ ହେବ ।  ରାତି ଦୁଇଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି ।

ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ପ୍ରଭୁ । ତିନିଠାକୁର ଫେରିବେ ରତ୍ନବେଦୀକୁ।

 

Leave A Reply

Your email address will not be published.