Latest Odisha News

BREAKING NEWS

ଜାଲରେ ପଡ଼ିଲା ବିଶାଳକାୟ ମାଛ: ବିକ୍ରି କରି ନ ପାରି ଚିନ୍ତାରେ ଚାଷୀ

ଭଦ୍ରକ: ଜାଲରେ ପଡିଛି ଏତେବଡ  ମାଛ ! ଦେଖିଲେ ଆଖି ଖୋସି ହେଇଯିବ । ଓଜନ ବି କିଛି କମ ନୁହେଁ । ପୂରା ୩୦ କେଜି । ମାଛଧରାଳି କେଉଟ ତ ଏତେବଡ ମାଛକୁ ଦେଖି ବେଶ ଖୁସି ହୋଇ ଯାଇଥିଲେ । ହେଲେ ଏବେ ପଡିଛନ୍ତି ଚିନ୍ତାରେ । କ’ଣ କରିବେ ଏଇ ମାଛକୁ ନେଇ ? ଏତେ ବଡ ମାଛକୁ ନେବ କିଏ ? ଘରେ ବା କେଉଁଠି ତାକୁ ରଖିବେ ? ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ  ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ପିତେଇପୁର ଘାଟରେ କିଛି  ମତ୍ସଜୀବୀ ମାଛ ଧରୁଥିଲେ । ତାଙ୍କ ଜାଲରେ ପଡିଥିଲା ଏକ ବିରାଟ କାୟ ମାଛ । ମାଛଟି ‘କଳା ସାରାଣ୍ଟ’ ବୋଲି କୁହାଯାଉଛି।  ମାଛଟିରି ଓଜନ ୩୦ କେଜି ହେବ ଅନୁମାନ କରାଯାଉଛି । ଲମ୍ବ ୫ ଫୁଟ ହବେ । ଏହାକୁ  ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

ଅଭିଜ୍ଞ ଲୋକଙ୍କ କହିବା ଅନୁଯାୟୀ, ଏହି ମାଛମାନେ ସାଧାରଣତଃ   ପାହାଡିଆ ଅଞ୍ଚଳରେ ରହିଥାନ୍ତି।  ଗତକାଲି  ସନ୍ଧ୍ୟା ସମୟରେ ସ୍ଥାନୀୟ ଅଞ୍ଚଳର ଅଶୋକ ତରାଇ ନଦୀରେ ଜାଲ ଟାଣୁଥିବା ବେଳେ ଏହି ମାଛ ଧରାପଡିଥିଲା  । ଏତେ ବଡ ମାଛକୁ କେହି କିଣିବା ପାଇଁ ରାଜି ହେଉ ନ ଥିବାରୁ ଏହାକୁ   ଦଉଡ଼ିରେ ବାନ୍ଧି ରଖିଛନ୍ତି ମତ୍ସ୍ୟଜୀବୀ।

Leave A Reply

Your email address will not be published.