Latest Odisha News

ଜନଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ହୀରାକୁଦ ଜନ ଆନ୍ଦୋଳନଠାରୁ ଆରମ୍ଭ କରି ବାଲିଆପାଳ , ଗନ୍ଧମାର୍ଦ୍ଦନ , ଗୋପାଳପୁର କିସ୍କୋ , ଚିଲିକାରେ ଟାଟାର ଚିଙ୍ଗୁଡ଼ି ଚାଷ ଆନ୍ଦୋଳନ , ପୋସ୍କୋ ଆନ୍ଦୋଳନ ଆଦି ଓଡ଼ିଶାର ବହୁ ଚର୍ଚ୍ଚିତ୧୦ ଟି ଜନ ଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ “ଗାଁ ଛାଡ଼ିବୁ ନାହିଁ ” ଲୋହିଆ ଏକାଡେମୀଠାରେ ଲୋକାର୍ପିତ ହୋଇଯାଇଛି।

ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନ ପାଢ଼ୀ ମିଳିତ ଭାବରେ ପୁସ୍ତକଟିକୁ ରଚନା କରିଛନ୍ତି। ଏହି ଅବସରରେ ସମୀକ୍ଷକ ଭାବେ ପ୍ରଫେସର ବୀରେନ୍ଦ୍ର ନାୟକ , ଶୈଳଜ ରବି , ଲେଖକ ଶ୍ରୀମନ୍ତ ମହାନ୍ତି ଓ କବୀ ସୁଜାତା ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.