ନୂଆଦିଲ୍ଲୀ: ଆଜି ସକାଳୁ ରାଜଧାନୀ ଦିଲ୍ଲୀରେ ମୂଷଳ ଧାରାରେ ବର୍ଷା ହୋଇଛି । କେଇ ଘଣ୍ଟାର ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ୍ । ଚାରିଆଡ ଜଳାର୍ଣ୍ଣବ । ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି । ଉଛୁଳିଛି ଡ୍ରେନ୍ । ମିଣ୍ଟୋ ବ୍ରିଜ ତଳେ ଜମିଥିବା ପାଣି ରାଜଧାନୀର ଡ୍ରେନେଜ୍ ସିଷ୍ଟମର ପୋଲ୍ ଖୋଲି ଦେଇଛି ।
ପାଣି ଭିତରେ ବସ୍ ବୁଡି ଯାଇଥିବାର ଭିଡିଓ ଦେଖନ୍ତୁ
#WATCH Delhi: Fire Department personnel rescue people on-board a bus that was stuck in a waterlogged road under Minto Bridge following heavy rainfall in the national capital this morning. pic.twitter.com/wBCjSRtvqw
— ANI (@ANI) July 19, 2020
ଭିଡିଓରେ ଦେଖିବାକୁ ମିଳିଛି ବ୍ରିଜ୍ ତଳେ ଲହଡି ଭାଙ୍ଗୁଛି ବର୍ଷା ପାଣି । ତାଭିତରେ ଫସି ଯାଇଛି ଗୋଟିଏ ବସ୍ । ଅଧାରୁ ଅଧିକ ଭାଗ ବୁଡ଼ି ଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ବସ ଭିତରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ।
Comments are closed.