Latest Odisha News

BREAKING NEWS

 ସାର୍ଥକ ମ୍ୟୁଜିକ ବିରୁଦ୍ଧରେ ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ

ଭୁବନେଶ୍ୱର : ସାର୍ଥକ ମ୍ୟୁଜିକରେ ପ୍ରସାରିତ ହାଡ଼ି-ହାଡ଼ିଆଣି ଦଣ୍ଡନୃତ୍ୟ କାର୍ଯ୍ୟକ୍ରମଟି ଆକ୍ଷେପ ମୂଳକ ଓ ଗୋଟିଏ ଜାତିର ଚରିତ୍ରକୁ ଅପମାନ କଲାପରି ଏକ ମନଗଢ଼ା ଯୋଜନା ଭିତ୍ତିକ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରି, ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ଓଡ଼ିଶା ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଛି।

ହାଡ଼ି ଜାତିକୁ ନିନ୍ଦିତ କରି ସମାଜରେ ଉଚ୍ଚ-ନୀଚ ଜାତି ବ୍ୟବସ୍ଥାକୁ ପ୍ରୋତ୍ସାହନ କଲାପରି କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ଘୋର ନିନ୍ଦା କରାଯିବା ସହ ସମ୍ପୃକ୍ତ କଳାକାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ଏଥିପାଇଁ ପରିଷଦ ପକ୍ଷରୁ ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ , ସଭାପତି ପୂର୍ଣଚନ୍ଦ୍ର ନାୟକ ଏବଂ ଅନ୍ୟ ସଦସ୍ୟ ମାନେ ରାଜ୍ୟ ମାନବାଧିକାର ଆୟୁକ୍ତ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।

ଏହି ଘଟଣାର ପ୍ରତିବାଦରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲିଖିତ ଭାବେ ଥାନାରେ ଏତଲା ଦିଆଯାଇଛି। ଯଦି ଏଥିପାଇଁ ସାର୍ଥକ ମ୍ୟୁଜିକ କ୍ଷମା ପ୍ରାର୍ଥନା ନକରେ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.