Latest Odisha News

ଋଷବଙ୍କ ବିରୋଧରେ ଲାଗିବ କି ଓଭର ସ୍ପିଡିଂ ମାମଲା ?

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହୋଇ କ୍ରିକେଟର ଋଷବ ପନ୍ତ ଗତକାଲିଠାରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଋଷବଙ୍କ ଦୁର୍ଘଟଣା ଖୁବ ଭୟଙ୍କର ଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲା ପନ୍ତଙ୍କ ଜୀବନ । ଦୁର୍ଘଟଣାକୁ ନେଇ ଅନେକ କିଛି ଶୁଣିବାକୁ ମିଳୁଛି । ଋଷବ କାରରେ ଏକୁଟିଆ ଥିଲେ । ଗାଡିର ବେଗ ମଧ୍ୟ ଅଧିକ ଥିଲା । ଏମିତି ବି କୁହାଯାଉଛି ଋଷବଙ୍କ ଆଖି କୁଆଡେ ଲାଗି ଯାଇଥିଲା । ଯାହା ବି ହେଉ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୁରୁକୁଳ ନାରସନରେ ଏକ ଡିଭାଇଡରରେ ପିଟି ହେବା ପରେ ଜଳି ଯାଇଥିଲା ତାଙ୍କର ମର୍ସିଡିଜ କାର ।   ଋଷବଙ୍କ ଦୁର୍ଘଟଣାକୁ ନେଇ ଶୁଣିବାକୁ ମିଳୁଛି ।

BjdElectrycity

ଋଷବଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଫାନ୍ସମାନେ ଚିନ୍ତିତ । ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏପରି ସମୟରେ ଋଷବଙ୍କ ପ୍ଲାଷ୍ଟିକ ସର୍ଜରୀ ପାଇଁ ଏୟାର ଲିଫ୍ଟିଂ କରାଯବ ବୋଲି ଶୁଣାଯାଉଥିଲା । ଏପରିକି ତାଙ୍କ ବିରୋଧରେ ଦ୍ରୁତଗତିରେ ଗାଡି ଚଳାଉଥିବା ନେଇ ମାମଲା ରୁଜୁ ହୋଇପାରେ ବୋଲି ମଧ୍ୟ ଶୁଣିବାକୁ ମିଳିଛି ।

ଏ  ନେଇ ଡିଜିପି ଅଶୋକ କୁମାର କହିଛନ୍ତି, ଋଷବଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ତେଣୁ ତାଙ୍କର ଏୟାର ଲିଫ୍ଟିଂ କରାଯିବା ପରି କୌଣସି ଆବଶ୍ୟକତା ଆସିନି । ଅତି ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟି କରାଯାଇଥାଏ । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚିନ୍ତି ।

ପନ୍ତ ଏକୁଟିଆ ଗାଡିରେ ଥିଲେ ଏବଂ ଗାଡି ଡ୍ରାଇଭ ବି ନିଜେ କରୁଥିଲେ । ତେବେ ତାଙ୍କ ବିରୋଧରେ ଦ୍ରୁତ ଗତିରେ ଗାଡି ଚଲାଉଥିବା ନେଇ ମାମଲା ରୁଜୁ ହେବ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଅଶୋକ କୁମାର କହିଥିଲେ, ଏ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ତେବେ ଏହା ଏକ ସାଧାରଣ ସ୍ଲିପିଂ ଥିଲା । ଋଷବଙ୍କ ଆଖି ଲାଗି ଯିବାରୁ ଏପରି ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.