Latest Odisha News

BREAKING NEWS

ଚାକିରି ନାଁରେ ଠକୁଥିଲା, ଉତ୍ତରପ୍ରଦେଶରୁ ବାନ୍ଧିଲା ରାଜ୍ୟ ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଉତ୍ତରପ୍ରଦେଶରୁ ଓଡିଶାକୁ ଲମ୍ୱିଥିଲା ଠକେଇର ଚେର । ଚାକିରି କରାଇଦେବା ନାଁରେ ଆଶାୟୀଙ୍କୁ ଠକୁଥିଲେ । ତିନି ମାସ ତଳୁ ଠକେଇ ଗ୍ୟାଙ୍ଗକୁ ଧରିବାକୁ ଜାଲ ବିଛାଇଥିଲା ରାଜ୍ୟ ଅପରାଧ ଶାଖା (EOW) । ଶେଷରେ ଉତ୍ତରପ୍ରଦେଶର ଅଲିଗଡରୁ ଏହି ଜବ୍ ଫ୍ରଡ୍ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି EOW ।

୫ଟି ରାଜ୍ୟରେ ନିରୀହ ବେକାରୀଙ୍କ ପକେଟ୍ ଖାଲି କରୁଥିଲା ଗ୍ୟାଙ୍ଗ । ଗୁଜୁରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ସହିତ ଓଡିଶାରେ ବି ଏହି ଗ୍ୟାଙ୍ଗ ଯୁବପିଢିକୁ ଠକି ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି । ସାରା ଦେଶରେ ୫୦ହଜାର ଯୁବକ ଯୁବତୀ ସେମାନଙ୍କ ଠକାମୀର ଶିକାର ହୋଇଛନ୍ତି । ରାଜ୍ୟ ଇଓଡବ୍ଲୁ ଅଲିଗଡରୁ ୨୫ ବର୍ଷୀୟ ଜାଫର ଅହମ୍ମଦକୁ ଗିରଫ କରିଛି । ଗ୍ୟାଙ୍ଗ ୧୦୦୦ ନକଲି ସିମ୍ କାର୍ଡ ଓ ୫୩୦ ମୋବାଇଲ ଫୋନ ବ୍ୟବହାର କରୁଥିଲେ ବୋଲି କହିଛନ୍ତି ଇଓଡବ୍ଲ୍ୟୁ ଡିଆଇଜି ଜେ.ଏନ୍ ପଙ୍କଜ ।

Leave A Reply

Your email address will not be published.