Latest Odisha News

ମିଠା ପ୍ୟାକେଟ୍ ରେ ଲାଞ୍ଚ ଦେଇ ବନ୍ଧା ହେଲେ ସିମେଣ୍ଟ ଅଧିକାରୀ

ବରଗଡ: ବରଗଡ଼ ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜେଲାନ୍ସ ହାତରେ ଧରା ପଡିଲେ ସିମେଣ୍ଟ ଉତ୍ପାଦକ କେନ୍ଦ୍ରର ଜଣେ ଅଧିକାରୀ । ବୁଧବାର ସନ୍ଧ୍ୟା ୫ଟା ସମୟରେ ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ମୁଖ୍ୟ ଉତ୍ପାଦନ ଅଧିକାରୀ ରାମଭବ ଗଟ୍ଟୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଫୁଲତୋଡ଼ା ଏବଂ ମିଠା ପ୍ୟାକେଟ୍‌ ଦେଇଥିଲେ ।

ତେବେ ମିଠା ପ୍ୟାକେଟ୍‌କୁ ସନ୍ଦେହ କରି ତାହା ଖୋଲିବା ପାଇଁ ଜିଲାପାଳ ତାଙ୍କ କାର୍ଯ୍ୟାଳୟର ପିଅନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପିଅନ ସେହି ମିଠା ପ୍ୟାକେଟ୍‌ ଖୋଲିବା ପରେ ୪ ବଣ୍ଡେଲ ୫୦୦ ଟଙ୍କିଆ ନୋଟ୍‌ ୨ ଲକ୍ଷ ଟଙ୍କା ବାହାରିଥିଲା ।

ଏହାପରେ ଅଭିଯୁକ୍ତଙ୍କୁ କାର୍ଯ୍ୟାଳୟରେ ଅଟକ ରଖାଯାଇ ଭିଜିଲାନ୍ସକୁ ସେନେଇ ସୂଚନା ଦିଆଜଇଥିଲା । ଭିଜିଲାନ୍ସ ଟିମ୍‌ ପହଞ୍ଚି ତାଙ୍କୁ ଗିରଫ କରିବା ସହିତ ଫୁଲତୋଡ଼ା ଏବଂ ୨ ଲକ୍ଷ ଟଙ୍କା ଜବତ କରିଛି ।

Comments are closed.