Latest Odisha News

BREAKING NEWS

ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ

ଭୁବନେଶ୍ୱର : ଭୁବନେଶ୍ୱରର ଏଥେନା ବୁକସ ପରିସରରେ ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ ହୋଇ ଯାଇଛି। ଏହି ଗଳ୍ପ ସଂକଳନଟିକୁ କଥାକାର ଡ଼ .ସୁରେଶ ଛୋଟରାୟ ସମ୍ପାଦନା କରିଛନ୍ତି। ଏଥିରେ ବୀଣାପାଣି ମହାନ୍ତି,ପଦ୍ମଜ ପାଲ, ଗୌରହରି ଦାସ, କବିତା ବାରିକ, ମମତାମୟୀ ଚୌଧୁରୀ, ରବି ପଣ୍ଡା , ତପନ ମହାପାତ୍ର, ଗଙ୍ଗାଧର ବିଶ୍ୱାଳ ପ୍ରମୁଖ ୧୯ ଜଣ ଗାଳ୍ପିକଙ୍କ ଗପ ସ୍ଥାନ ପାଇଛି।

ଏହି ଉତ୍ସବରେ ଜୀବନୀକାର , ସତ୍ୟନାରାୟଣ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସଦାନନ୍ଦ ତ୍ରିପାଠୀ ଯୋଗ ଦେଇଥିଲେ। ପ୍ରଦୀପ ବିଶ୍ୱାଳ, ଲଷ୍ମୀ ଚାନ୍ଦ , ନମିତା ଦାଶ, ଅଲେଖ ନନ୍ଦୀ , ସୁନୀଲ ମିଶ୍ର, ମାଧୁରୀ ତ୍ରିପାଠୀ ପ୍ରମୁଖ ଗାନ୍ଧିବାଦ ଓ ଓଡ଼ିଆ ଗଳ୍ପ ବିଷୟରେ ଆଲୋଚନା କରିଥିଲେ।

Comments are closed.