Latest Odisha News

BREAKING NEWS

ଟିକରପଡ଼ା ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ଦେଖିବାକୁ ମିଳିଛି ଶୋକାକକୂଳ ପରିବେଶ । ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର । ମୃତ ନାବାଳକର ଘର ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ବୋଲି ଜଣାଯାଇଛି ।

ଖବର ମୁତାବକ, ପିଲାଟି ଆଜି ଟିକରପଡା ମହାନଦୀ କୂଳରେ ଖେଳୁଥିବା ସମୟରେ ହଠାତ୍ ଏକ କୁମ୍ଭୀର ଆସି ନାବାଳକକୁ ପାଣି ଭିତରକୁ ଟାଣି ନେଇଥିଲା । ଏହା ଦେଖି ନିକଟରେ ଥିବା ସ୍ଥାନୀୟ ଲୋକେ ପ୍ରଥମେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ ।

ଏହାପରେ ଘଟଣାସ୍ଥଳରେ ଉଭୟ ଟିମ୍ ପହଞ୍ଚି ପିଲାଟିକୁ ବହୁ ସମୟ ଧରି ମହାନଦୀରେ ଖୋଜାଖୋଜି କରିଥିଲେ । ପରେ ମହାନଦୀରୁ ପିଲାଟିର ମୃତଦେହ ଉଦ୍ଧାର କରାଯାଇଥିଲା । ପିଲାଟିର ମୃତ୍ୟୁ ପରେ ପରିବାର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.