Latest Odisha News

BREAKING NEWS

ତୁରନ୍ତ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି କେନ୍ଦ୍ରକୁ ନବୀନଙ୍କ ଚିଠି

ଭୁବନେଶ୍ୱର : ପଶ୍ଚିମ ଓଡିଶା ଓ ଦକ୍ଷିଣାଞ୍ଚଳରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଶୁକ୍ରବାର ଦିନ କେନ୍ଦ୍ରକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏ ସମ୍ପର୍କୀତ ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟର ପଶ୍ଚିମ ତଥା ଦକ୍ଷିଣ ଓଡିଶାରେ ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଜନସାଧାରଣଙ୍କ ଏକ ଦାବି ରହିଛି । ଯଥାଶୀଘ୍ର ଏଠାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହୋଇପାରିଲେ ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇପାରନ୍ତା ।

“ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଜାରି ରହିଛି । ଏହା ଫଳରେ କୋର୍ଟ କଚେରୀ ତଥା ସରକାରୀ କାର୍ଯ୍ୟାଳୟ ଗୁଡିକର କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ଆସୁଛି” ବୋଲି ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ସରକାର ଜଷ୍ଟିସ ଯଶବନ୍ତ ସିଂହ କମିଶନଙ୍କ ପ୍ରସ୍ତାବ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଅବଗତ ଥିଲେ ହାଇକୋର୍ଟ ବ୍ୟତୀତ ଅନ୍ୟସ୍ଥାନରେ କେନ୍ଦ୍ର ଦ୍ୱାରା ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା କରାଯାଇପାରିବ ।

ଓଡିଶା ମୁଖ୍ୟମନ୍ତ୍ରୀ ପୂର୍ବରୁ ୨୦୧୩, ୨୦୧୪ ଏବଂ ୨୦୧୮ ମସିହାରେ ଏହି ସବୁ ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଏ ସମ୍ପର୍କୀୟ ଚିଠି ପ୍ରଦାନ କରିଥିଲେ ।

Leave A Reply

Your email address will not be published.