Latest Odisha News

ପୁରୀରେ ଦୁଇ ବର୍ଷର ଶିଶୁର ଆଖିକୁ କାମୁଡ଼ିଲା ବୁଲା କୁକୁର

ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଅଘଟଣ । ଆଜି ଅପରାହ୍ନରେ ବୁଲା କୁକୁର କାମୁଡାରେ ଜଣେ  ଦେଢ ବର୍ଷର ଶିଶୁପୁତ୍ର ରକ୍ତାକ୍ତ ହୋଇଛି। ସୂଚନା ମୂତାବକ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ଆଜି ମହାପ୍ରଭୂଙ୍କୁ ଦର୍ଶନ କରିବା ଲାଗି ପୁରୀ ଆସିଥିଲେ । ପରିବାର ଲୋକ ନାବାଳକ ଶିଶୁପୁତ୍ର ଟିକୁ ନେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବାବେଳେ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ୍ ଭିତରକୁ ପଶିଯାଇଥିବା ଏକ ବୁଲା କୁକୁର ଅତର୍କିତ ଭାବେ ଆକ୍ରମଣ କରିଥିଲା । ଶିଶୁପୁତ୍ରର ଆଖିକୁ କାମୁଡି ରକ୍ତାକ୍ତ କରିଦେଇଥିଲା।

BjdElectrycity

ତୁରନ୍ତ ପରିବାର ଲୋକେ ଓ ଅନ୍ୟମାନେ ବୁଲା କୁକୁର କବଳରୁ ଶିଶୁପୁତ୍ରକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ତେଵେ ଶ୍ରୀମନ୍ଦିର ବାହାରେ ଓ ଭିତରେ କୁକୁର ଓ ମାଙ୍କଡଙ୍କ ଦୌରାତ୍ମ୍ୟରେ ଶ୍ରଦ୍ଧାଳୁ ମାନେ ଅତିଷ୍ଠ ହେଲେଣି। ବିଶେଷ କରି ଛୋଟପିଲାଙ୍କୁ ଧରି ସେମାନେ ଶ୍ରୀମନ୍ଦିରକୁ ଆସିବାକୁ ସୁରକ୍ଷିତ ମଣୁ ନାହାନ୍ତି। ୨୦୧୬ ମସିହା  ଡିସେମ୍ବର ୧ ତାରିଖରେ ପୁରୀ କୁମ୍ଭାରପଡା ଜଗନ୍ନାଥ କଲୋନୀରେ ଏକ ଚାରିବର୍ଷର ଶିଶୁପୁତ୍ରକୁ ବୁଲା କୁକୁର ଝୁଣିଝୁଣି ମାରି ଦେଇଥିଲା। ଶ୍ରୀମନ୍ଦିର ସୁରକ୍ଷାରେ ଥିବା ସୁରକ୍ଷା କର୍ମୀ ଓ ପୋଲିସ ମାନେ ଏ ଦିଗରେ ଯତ୍ନବାନ ହେବାକୁ ଦାବି ହୋଇଛି।

Leave A Reply

Your email address will not be published.