Latest Odisha News

BREAKING NEWS

ନୂଆବର୍ଷରେ ସୁରୁଖୁରୁରେ ହେବ ଜଗା ଦର୍ଶନ, ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ପୁରୀ: ନୂଆବର୍ଷ ପାଇଁ ପୁରୀ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ, ବଡ଼ଦାଣ୍ଡ, ସମୁଦ୍ରକୂଳ ଅଞ୍ଚଳକୁ ନେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାଯାଇଥିବାବେଳେ, ଏସବୁ ବ୍ୟବସ୍ଥାକୁ ୯ଟି ସେକ୍ଟରରେ ବିଭକ୍ତ କରାଯାଇଛି ।

ନୂଆବର୍ଷ ପାଇଁ ମରଚିକୋଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍ । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ । ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରୀନ୍ କରିଡର ହେଵ । ଏଥିସହ ଭକ୍ତ ତଥା ପର୍ଯ୍ୟଟକଙ୍କ ଠାରୁ ଫିଡବ୍ୟାକ ନେବା ପାଇଁ ଫିଡବ୍ୟାକ୍ ସେଣ୍ଟର କରାଯିବ । ବିଚ୍ ରେ ହଟସ୍ପଟ ପାଟ୍ରୋଲିଂ କରାଯିବ । ଏଥିସହ ସମୁଦ୍ରକୂଳ ଅଞ୍ଚଳରେ ତିନୋଟି ଫାଣ୍ଡି କରାଯିବ । ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି ।

ପୁରୀ ଏସପି କେ.ବିଶାଲ ସିଂ ଓ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ସହ ଆଜି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ତଥା ବଡ଼ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି । ବଡ଼ଦାଣ୍ଡରେ ଆସନ୍ତା ନୂଆ ବର୍ଷରୁ ଭକ୍ତ ତଥା ପର୍ଯ୍ୟଟକ ଏସି ଶେଡ୍ ରେ ପ୍ରବେଶ କରି ନୂଆ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଉତ୍ତର ଦ୍ଵାର ଦେଇ ବାହାରିବେ । ପୁରୀ ସହରବାସୀଙ୍କ ପାଇଁ କୌଣସି କଟକଣା ରହିବ ନାହିଁ । ଶୃଙ୍ଖଳିତ ଦର୍ଶନ, ଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ।

ଆଜି ପୋଲିସ ଫୋର୍ସକୁ ଏସପି ବ୍ରିଫିଂ କରିଛନ୍ତି । ଅପରାହ୍ନରେ ମଧ୍ୟ ପୋଲିସ ଅଧିକାରୀଙ୍କୁ ଆଉ ଥରେ ବ୍ରିଫିଂ କରାଯିବ । ନୂଆବର୍ଷରେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ।

Leave A Reply

Your email address will not be published.