Latest Odisha News

BREAKING NEWS

କଙ୍କାଳ ପରେ ଗାଡି ନିକଟରୁ ମିଳିଛି ଏକ ହାତ ଲେଖା ପ୍ରେମ ଚିଠି 

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଜବତ ଗାଡିରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । ଏବେ ଗାଡି ନିକଟରୁ ମିଳିଛି ଏକ ହାତ ଲେଖା ପ୍ରେମ ଚିଠି । ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି ।

ଚିଠିର ଶିରୋନାମା ଲାଇଫ୍ ଲାଇନ୍ ରହିଛି । ଏଥିରେ ଜଣଙ୍କର ପ୍ରେମର ଭାବନା ବ୍ୟକ୍ତ କରାଯାଇଛି । ତେବେ ଏହି ଚିଠି କିଏ, କାହିଁକି, କାହା ଉଦ୍ଦେଶ୍ୟରେ ଲେଖିଛି ତାହା ଜଣାପଡିନାହିଁ । ଚିଠିଟି ମଝିରୁ ଚିରାଯାଇଛି । ମହିଳାଙ୍କ ମୃତ୍ୟୁ ସହ ଏହି ଚିଠିର କିଛି ସମ୍ପର୍କ ରହିଛି କି ? ପୁଲିସ ଯଦି ସରଜମିନ୍ ତଦନ୍ତ କରିଥିଲା, ତାହେଲେ ସେହି ଚିଠିକୁ କେମିତି ଜବତ କରିପାରିଲା ନାହିଁ? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।

ସେପଟେ କିଏ ସେହି ମହିଳା, ତାହା ଜାଣିବାକୁ ହାଇଦ୍ରାବାଦକୁ କଙ୍କାଳର ନମୁନା ପଠାଯାଇଛି । ଏଥିସହ ମୃତକଙ୍କ ପରିଚୟ ଜାଣିବା ପାଇଁ ସ୍କେଚ୍ ତିଆରି ହେବ ବୋଲି ପୁଲିସ ସୂଚନା ଦେଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା । ଫେବ୍ରୁଆରୀ ୧୨ରେ ଘଟଣା ଜଣାପଡ଼ିବା ପରେ ପଦକ୍ଷେପ ନେଇଛୁ । ଏହି ଘଟଣାର ତଦନ୍ତ ଭାର ମହିଳା ଥାନାର ଜଣେ ଇନ୍ସିପେକ୍ଟରଙ୍କୁ ଦିଆଯାଇଛି । ଏମ୍ସ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଯକ୍ଷ୍ମାରେ ମହିଳା ଜଣକଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଥିବା ଜଣାପଡିଛି ବୋଲି ପୁଲିସ କମିଶନର ପ୍ରେମମିଟ୍ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.