Latest Odisha News

BREAKING NEWS

ଆଠଗଡ଼ରେ ୫୫ ନମ୍ୱର ଜାତୀୟ ରାଜପଥ ଉପରେ ହାତୀ ପଲ

ଆଠଗଡ଼(କଟକ): ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । କଟକ ଜିଲ୍ଲା ଖୁଣ୍ଟୁଣି ରେଞ୍ଜ ସୁନିଆମୁହଁ ରିଜର୍ଭ ଫରେଷ୍ଟ ନିକଟରେ ବୁଲୁଛନ୍ତି ୨୦ ଟିକିଆ ହାତୀପଲ । ଆଜି ବାଳି ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇଛନ୍ତି ହାତୀ ।

ଛୁଆ ହାତୀଙ୍କୁ ମିଶାଇ ପ୍ରାୟ ୨୦ଟି ହାତୀ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା । ଫଳରେ କିଛି ସମୟ ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ବନ୍ଦ ରହିଥିଲା ଗାଡ଼ି ମୋଟର ଚଳାଚଳ ଓ ଯାତାୟତ ।

ଗତକାଲି ହାତୀ ପଲ ଗୁରୁଡ଼ିଝାଟିଆ ମତ୍ସ୍ୟପୁର ରେଳ ଧାରଣା ପାର କରିଥିଲେ । ଏବେ ପାଚିଲା ଧାନ ଫସଲ ଖାଇବାକୁ ଓ ଖାଦ୍ୟ ଅନ୍ୱେଷଣରେ ସେମାନେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହୋଇଛନ୍ତି । ଜାତୀୟ ରାଜପଥରେ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ଘଉଡ଼ାଇବା କାମରେ ଲାଗିଛନ୍ତି ବନ ବିଭାଗ ଟିମ୍ ।

Leave A Reply

Your email address will not be published.