Latest Odisha News

ଆଙ୍ଗୁଠିରେ ନୁହେଁ ନିଜ ମନରୁ ଭୋଟ୍ ଦିଅନ୍ତୁ; ସୋନୁ ସୁଦ୍‌

ନୂଆଦିଲ୍ଲୀ: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଆଜି ସକାଳେ ବିହାରର ଲୋକମାନେ ମତଦାନ ବୁଥରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଗଣତନ୍ତ୍ରର ଏହି ପର୍ବରେ ଭାଗ ନେବାକୁ ସମସ୍ତ ନେତା ନିବେଦନ କରିଥିଲେ। ଏପରି ଏକ ଆବେଦନ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ କରିଛନ୍ତି। ଭୋଟ୍ ଦେବା ପାଇଁ ସେ ନିଜ ମସ୍ତିଷ୍କର ବ୍ୟବହାର କରିବାକୁ କହିଥିଲେ ଏବଂ ବିହାରରୁ ସ୍ଥାନାନ୍ତରଣ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

ସୋନୁ ସୁଦ ଟୁଇଟ୍ କରି ଲେଖିଛନ୍ତି, “ଯେଉଁ ଦିନ ଆମର ବିହାରୀ ଭାଇମାନଙ୍କୁ ଘର ଛାଡି ଅନ୍ୟ ରାଜ୍ୟକୁ ଯିବାକୁ ପଡିବ ନାହିଁ, ଯେଉଁ ଦିନ ଅନ୍ୟ ରାଜ୍ୟରୁ ଲୋକମାନେ ବିହାରକୁ କାମ ଖୋଜିବାକୁ ଆସିବେ, ସେଦିନ ଦେଶ ଜିତିବ। କିନ୍ତୁ ମତଦାନରେ ଆଙ୍ଗୁଠିର ବ୍ୟବହାର କରନ୍ତୁ ନାହିଁ ନିଜ ମନରୁ ଭୋଟ୍ ଦେବା ସେ‌ାନୁ ବିହାରବାସୀଙ୍କୁ ନିବେଦନ କରିଛନ୍ତି। ସୋନୁ ସୁଦ୍‌ଙ୍କ ବ୍ୟତୀତ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଲା ମାତୋଣ୍ଡକର ମଧ୍ୟ ଟୁଇଟ୍ କରି ବିହାରବାସୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.