Latest Odisha News

BREAKING NEWS

ବଢ଼ିବ ଭାରତର ଶକ୍ତି, ଏପ୍ରିଲ ସୁଦ୍ଧା ଆସିବ ୧୬ଟି ରାଫେଲ୍‌

ନୂଆଦିଲ୍ଲୀ: ବଳ ବଢ଼ାଇବ ଆକାଶର ବାୟୁବୀର । ବଢ଼ିବ ଭାରତର ଶକ୍ତି । ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଭାରତକୁ ଆସିବ ଆଉ ୧୬ଟି ରାଫେଲ୍ । ଆକାଶର ବାୟୁବୀରକୁ ପାଇବା ପରେ ଆହୁରି ଅଧିକ ଶକ୍ତିଶାଳୀ ହେବ ଇଣ୍ଡିଆନ୍ ଏୟାର ଫୋର୍ସ ।

ଗତ ଜୁଲାଇ ୨୯ ତାରିଖରେ ଭାରତକୁ ଫ୍ରାନ୍ସରୁ ପ୍ରଥମ ଦଫାରେ ୫ଟି ରାଫେଲ୍ ଜେଟ୍ ଆସିଥିଲା । ଏହାପରେ ନଭେମ୍ୱର ୫ ତାରିଖରେ ଆଉ ୩ଟି ରାଫେଲ୍ ଆସି ପହଁଚିବ ଅଂବାଲା ଏୟାର ବେସରେ । ସେହିପରି ଜାନୁଆରୀ ମାସରେ ଆଉ ୩ଟି ରାଫେଲ୍ ଜେଟ୍ ବିମାନ, ମାର୍ଚ୍ଚ ମାସରେ ୩ଟି ଏବଂ ଅପ୍ରେଲ ମାସରେ ଭାରତରେ ପହଁଚିବ ୭ଟି ରାଫେଲ୍ ଯୁଦ୍ଧ ବିମାନ । ଆସନ୍ତା ନଭେମ୍ୱରରୁ ୨୦୨୧ ମସିହା ଏପ୍ରିଲ ମାସ ମଧ୍ୟରେ ଭାରତକୁ ମିଳିବ ୧୬ଟି ରାଫେଲ୍ ଯୁଦ୍ଧ ବିମାନ ।

ଏହାକୁ ମିଶାଇଲେ ଆସନ୍ତା ଏପ୍ରିଲ ମାସ ବେଳକୁ ଭାରତ ନିକଟରେ ରାଫେଲ୍ ଯୁଦ୍ଧ ବିମାନର ସଂଖ୍ୟା ୨୧ରେ ପହଁଚି ଯାଇଥିବ । ଫ୍ରାନ୍ସର ବୋରଡେକ୍ସ ମେରିଗନକ୍ ଫାସିଲିଟିରୁ ସିଧାସଳଖ ଭାୟା ଆବୁଧାବି ହୋଇ ଭାରତ ପହଁଚିବ ରାଫେଲ୍ ବିମାନ । ମଝି ଆକାଶରେ ଏହାର ଇନ୍ଧନ ଭର୍ତି କରାଯିବାର ବ୍ୟବସ୍ଥା ଥିବାରୁ ଏହା ବିନା କୌଣସି ରହଣିରେ ଭାରତ ଆସିବ । ବର୍ତମାନ ଚୀନ ସହିତ ବଢୁଥିବା ସୀମା ବିବାଦ ଭିତରେ ଭାରତକୁ ଆଉ ୧୬ଟି ରାଫେଲ୍ ଆସିବ ଖବର ସେନାର ମନୋବଳକୁ ବଢାଇଛି ।

Leave A Reply

Your email address will not be published.