Latest Odisha News

ବିହାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରଜେଡି-ଜେଡିୟୁ ମେଣ୍ଟ ବିବାଦକୁ ଇସାରା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ତେଜସ୍ୱୀ ଯାଦବ ୨୦୨୩ରେ ବିହାରରେ ମୁଖ୍ୟମନ୍ତ୍ରୀ ହେବେ। ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି। ଆରଜେଡି ବିହାର ସଭାପତି ଜଗଦାନନ୍ଦ ସିଂ ଦାବି କରିଛନ୍ତି ଯେ ୨୦୨୨ ଶେଷ ହେବା ପରେ ତେଜସ୍ୱୀ ଯାଦବ ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ।

ଜଗଦାନନ୍ଦ ସିଂ କହିଛନ୍ତି ଯେ ନୀତୀଶ କୁମାରଙ୍କ ସହ ମେଣ୍ଟ ବେଳେ ହୋଇଥିବା ସର୍ତ୍ତ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆସନ ପାଇଁ ସେ ଲଢିବେ ଏବଂ ୨୦୨୩ରେ ବିହାରର ଭବିଷ୍ୟତ ତେଜସ୍ୱୀଙ୍କ ହାତରେ ରହିବ। ନିକଟରେ ଜଗଦାନନ୍ଦ ସିଂ ଆରଜେଡିର ରାଜ୍ୟ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ।

ଦିଲ୍ଲୀରେ ନ୍ୟୁଜ୍ ୧୮ ନ୍ୟୁଜ୍ ଚ୍ୟାନେଲକୁ ଜଗଦାନନ୍ଦ ସିଂ ସାକ୍ଷାତକାର ଦେଇ କହିଛନ୍ତି ଯେ ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି ଏବଂ ବିହାର ତେଜସ୍ୱୀଙ୍କୁ ଅପେକ୍ଷା କରିଛି। ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଆରଜେଡିର ଜଣେ ବଡ ନେତା। ତାଙ୍କର ଏହି ବିବୃତ୍ତିର ରାଜନୀତିକ ଗୁରୁତ୍ୱ ରହିଛି।

ଜଗଦାନନ୍ଦ ହେଉଛନ୍ତି ଆରଜେଡି ନେତାଙ୍କ ମଧ୍ୟରୁ ସେହି ବ୍ୟକ୍ତି ଯିଏ ନୀତୀଶଙ୍କ ସହ ପୁଣିଥରେ ମେଣ୍ଟ କରିବାକୁ ରାଜି ନଥିଲେ। ଜଗଦାନନ୍ଦ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇ ବିଜେପି ମୁଖପାତ୍ର ଅରବିନ୍ଦ ସିଂ କହିଛନ୍ତି ଯେ ନୀତୀଶ କୁମାରଙ୍କୁ ତାଙ୍କ ସହ ମେଣ୍ଟ କରିବା ପୂର୍ବରୁ ୨୦୨୩ ପର୍ଯ୍ୟନ୍ତ ଆରଜେଡି ଅନୁମତି ଦେବ ନାହିଁ।

ଉଲ୍ଲେଖଯୋଗ୍ୟ, ନିକଟରେ ଦୁଇ ଦିନ ତଳେ ଲାଲୁ ପ୍ରସାଦା ଯାଦବ ମଧ୍ୟ କହିଥିଲେ, ପୁଅ ତେଜସ୍ୱୀ ଯାଦବଙ୍କୁ ସେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ସେ ଚାହାନ୍ତି। ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ଜେଡିୟୁ ମେଣ୍ଟ କରିଛି। ଯଦିଓ ଆରଜେଡି ପାଖରେ ସର୍ବାଧିକ ବିଧାୟକ ରହିଛନ୍ତି ହେଲେ ନୀତୀଶ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଆଉ ଉଭୟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନ ନେଇ ଡିଲ୍ ହୋଇଥିବା କୁହାଯାଉଛି।

Comments are closed.