Latest Odisha News

BREAKING NEWS

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନର ଶେଷ ତାରିଖ; ପୂର୍ବ ରାତିରେ ଏକାଠି ହେଲେ ଜି-୨୩ ଗୋଷ୍ଠୀର ନେତା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି କିଏ ହେବେ? ନାମାଙ୍କନ ଦାଖଲର ଶେଷ ତାରିଖ ପୂର୍ବ ରାତିରେ ଅନେକ ନାଁ ଉପରେ ଚର୍ଚ୍ଚା ହେଉଛି। ଏହାରି ଭିତରେ ଜି -୨୩ ଗୋଷ୍ଠୀର କିଛି ନେତା ଏକାଠି ହୋଇ ବୈଠକ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଆନନ୍ଦ ଶର୍ମା ନିଜ ଘରେ ଏକ ବୈଠକ କରିଥିଲେ। ଅନୁମାନ କରାଯାଉଛି ଯେ ଜି -୨୩ ଗୋଷ୍ଠୀର କୌଣସି ନେତା କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ।

ଉଲ୍ଲେଖଯୋଗ୍ୟ ଯେ ଜି-୨୩ ନେତା ମୁକୁଲ ୱାସନିକଙ୍କ ନାମ ମଧ୍ୟ ଏହି ପଦବୀ ପାଇଁ ଚର୍ଚ୍ଚାରେ ରହିଛି। କଂଗ୍ରେସ ସଭାପତି ପଦବୀ ପାଇଁ ଅଶୋକ ଗେହଲଟ ନାଁ ପ୍ରତ୍ୟାହାର କରିବା ପରେ ଶଶି ଥରୁର ଏବଂ ଦିବବିଜୟ ସିଂଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି।

କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କୁ ତାଙ୍କ ଘରେ ସାକ୍ଷାତ କରିଥିବା ନେତାମାନେ ହେଲେ ମନୀଷ ତିୱାରୀ, ପୃଥବୀରାଜ ଚହ୍ୱାନ, ବିଏସ ହୁଡାଙ୍କ ପରି ଭେଟେରାନଙ୍କ ନାମ ରହିଛି। ବୈଠକ ପରେ ଏହି ସମସ୍ତ ନେତା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରହୁଥିବା ଯୋଧପୁର ହାଉସରେ ପହଞ୍ଚିଥିଲେ।

ଆନନ୍ଦ ଶର୍ମାଙ୍କ ଘରୁ ବାହାରକୁ ଆସି ମନୀଷ ତିୱାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ କେହି ପ୍ରାର୍ଥୀ ହେବେ ବୋଲି ଜଣାପଡିନି। ନାମାଙ୍କନ ପତ୍ର ଦାଖଲ ହେବା ପରେ ଏ ନେଇ ଆଲୋଚନା ହେବ। ଏହି ପ୍ରକ୍ରିୟା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଚାଲିଛି।

ତେବେ ମନୀଷ ତିୱାରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ଯେ ଜି -୨୩ ଗୋଷ୍ଠୀ କଂଗ୍ରେସ ସଭାପତି ପଦ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ସମର୍ଥନ କରିବେ କି? ଏହା ଉପରେ ସେ କହିଛନ୍ତି ଯେ ନାମାଙ୍କନ ପ୍ରକ୍ରିୟାର ଶେଷ ହେବା ପରେ ପ୍ରାର୍ଥୀଙ୍କୁ ଦେଖି ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ପୃଥବୀରାଜ ଚୋହ୍ୱାନ କହିଛନ୍ତି ଯେ ଦଳରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଅନୁଷ୍ଠିତ ହେବା ଭଲ। ନିରପେକ୍ଷ ନିର୍ବାଚନ ପାଇଁ ଆମେ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛୁ।  ଆମେ କିଛି ନାମ ଶୁଣିଛୁ। ଆମେ ସର୍ବୋତ୍ତମ ପ୍ରାର୍ଥୀଙ୍କୁ ସମର୍ଥନ କରିବୁ।

Leave A Reply

Your email address will not be published.