Latest Odisha News

BREAKING NEWS

ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର: ରାଜଧାନୀରେ ଅସୁରକ୍ଷିତ ହୋଇପଡିଛନ୍ତି ସାମ୍ବାଦିକ । ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଗତକାଲି ବିଳମ୍ବିତ ରାତିରେ ୪ ଜଣ ଯୁବକ ୨ଟା ବାଇକରେ ଆସି ଖଣ୍ଡାରେ ଆକ୍ରମଣ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଜ୍ୟୋତିରଞ୍ଜନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମନା ସେ ଚିକିତ୍ସାଧୀନ ଅଛନ୍ତି । ଖବରପାଇ ମେଡିକାଲରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

 

Leave A Reply

Your email address will not be published.