Latest Odisha News

BREAKING NEWS

ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୦ ଆହତ

ଭଦ୍ରକ: ହାଇୱା ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ,୧୦ ଜଣ ଆହତ ହୋଇଛନ୍ତି । ଭଦ୍ରକର ଆରଡି ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା  ।

ଖବର ମୁତାବକ, ଜଗା ଦର୍ଶନ ସାରି ବୋଲେରୋ ଟି ପୁରୀରୁ ବାଲେଶ୍ୱର ଜିଲ୍ଲାର ଗୋପାଳପୁରକୁ ଫେରୁଥିଲା । ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ହାଇୱା ସହିତ ବୋଲେରୋଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟାଇ ହାଇଓ୍ବାଟି ଘଟଣାସ୍ଥଳରରୁ ଫେରାର ହୋଇଯାଇଛି ।

ସ୍ଥାନୀୟଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ ୬ ଜଣଙ୍କୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଓ ୫ ଜଣ ଶିଶୁ ମଧ୍ୟ ଅଛନ୍ତି ।

ଖବରପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ବୋଲେରୋଟିକୁ ଜବତ କରିଛି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.