Latest Odisha News

BREAKING NEWS

ଶାସକ ଦଳର ବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ଯୁବତୀଙ୍କୁ ଯୌନ ନିର୍ଯାତନା। ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ରାଜଧାନୀ ସ୍ଥିତ ଖଣ୍ଡଗିରି ଥାନାରେ ଯୁବତୀ  ଜଣଙ୍କ ବିଜେଡି ବିଧାୟକଙ୍କ ନାଁରେ ଏତଲା ଦେଇଥିବା ସୂଚନା ରହିଛି।

ନବରଙ୍ଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝି ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ପରେ ଏ ଘଟଣା ବାବଦରେ ପ୍ରଘଟ କଲେ ହତ୍ୟା ଧମକ ଦେଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ଯୁବତୀ ଜଣଙ୍କ ।

କାରଣ ଏବେ ଏହି ଘଟଣାକୁ ଘଟଣାକୁ ଚାପିବା ପାଇଁ ଭରପୁର ପ୍ରୟାସ ହେଉଥିବା ଖଣ୍ଡଗିରି ଥାନା ପକ୍ଷରୁ ସୂଚନା ମିିଳିଛି । ଏ ନେଇ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମାଗିବାରୁ ସେ ମାମଲା ବାବଦରେ କିଛି କହିନଥିଲ କିନ୍ତୁ କହିଥିଲେ ‘ଦେଖୁଛୁ’ ।

ଅନ୍ୟପଟେ ଥାନାର ଅନ୍ୟ କୌଣସି ବରିଷ୍ଠ ପୁଲିସ ଅଧିକାରୀ ମୁହ ଖୋଲୁନାହାନ୍ତି । ତେଣୁ ବିଧାୟକଙ୍କ ନାଁରେ ଅଭିଯୋଗ ପରେ ଘଟଣାର ତଦନ୍ତ କେଉଁ ଆଡକୁ ଯିବ ତାହା ଏବେ ସନ୍ଦେହ ଘେରରେ। ପୋଲିସ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିବ ନା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ଆଜି ରାଜଧାନୀରେ ବିରୋଧୀ ଦଳର ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ବିରୋଧ କରି ବିଜେପି ସରକାର ବିରୋଧରେ ବର୍ଷିଥିଲା। ବିଜେଡି ଏହି ପ୍ରସଙ୍ଗରେ ଜବାବ ରଖିବାକୁ ଯାଇ କହିଛି, ଆଇନ୍ ଅନୁଯାୟୀ ହୋଇଛି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଏବେ କିନ୍ତୁ ଖୋଦ୍ ଶାସକ ଦଳର ବିଧାୟକଙ୍କ ନାଁରେ ଏତଲା ରୁଜୁ ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ ତାହା ପ୍ରଶ୍ନ ଘେରରେ ।

Comments are closed.