Latest Odisha News

BREAKING NEWS

AIIMS ଭୁବନେଶ୍ୱରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ

ଭୁବନେଶ୍ୱର : AIIMS ଭୁବନେଶ୍ୱରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ ଛି । AIIMS  ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଛିଡ଼ିଯାଇ ଅଲଗା ହୋଇଯାଇଥିବା ବାମ ହାତ ବୁଢ଼ା ଆଙ୍ଗୁଳିକୁ ସଫଳତାର ସହିତ ପୁନର୍ବାର ଯୋଡ଼ା ଯାଇଛି । ବର୍ଣ୍ଣ‌୍‌ସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଦଳ ଦ୍ବାରା ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ଏହି ପ୍ରକ୍ରିୟା ସଫଳ ହୋଇଛି ।

ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହିତ ୧୦ ଦିନ ଏମ୍‌ସରେ ରହିବା ପରେ ଘରକୁ ଫେରିଛନ୍ତି । ପୁନଃଯୋଡ଼ା ଯାଇଥିବା ବାମ ବୁଢ଼ା ଆଙ୍ଗୁଠିରେ ସ୍ବାଭାବିକ ରକ୍ତ ସଞ୍ଚାଳନ ହୋଇଛି, ଯାହାକି ଯୋଡ଼ିବା ପ୍ରକ୍ରିୟା ସଫଳ ହୋଇଥିବା ପ୍ରକାଶ କରିଛନ୍ତି ଡ. ଗିରି । ପ୍ରଥମ ଥର ପାଇଁ ଏମ୍‌ସ ଭୁବନେଶ୍ୱରରେ ଏପରି ସଫଳ ଆଙ୍ଗୁଠି ପୁନଃପ୍ରତିରୋପଣ ହୋଇଛି ।

ଛିଡ଼ି ଯାଇଥିବା ଉକ୍ତ ବାମ ବୁଢ଼ା ଆଙ୍ଗୁଠିକୁ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖାଯାଇଥିଲା। ବର୍ଣ୍ଣ‌୍‌ସ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡ. ସଞ୍ଜୟ ଗିରି, ଡ.ଶାନ୍ତନୁ ସୁବାଙ୍କ ନେତୃତ୍ବରେ ହୋଇଥିବା ଏହି ଅପରେସନ୍‌ରେ ଡ. କୌଶିକ, ଡ. ଆହାନା ଏବଂ ଡ. ଗୋପିକା ସହଯୋଗ କରିଥିଲେ। ଡ. ନୀତାଶା ଏବଂ ଡ. ପ୍ରେଗମାଂସୁ ଙ୍କୁ ନେଇ ଗଠିତ ନିଶ୍ଚେତକ ଦଳ ଏଥିରେ ସାମିଲ ଥିଲେ।
ଅସ୍ତ୍ରୋପଚାର ଆରମ୍ଭ କରିବା ସହିତ ପ୍ରଥମେ ମାଇକ୍ରୋସ୍କୋପ୍ ସହାୟତାରେ ଛିଡ଼ି ଅଲଗା ହୋଇଯାଇଥିବା ଧମନୀ, ଶିରାପ୍ରଶିରା ଏବଂ ସ୍ନାୟୁକୁ ଯତ୍ନର ସହିତ ଯୋଡ଼ା ଯାଇ ସମସ୍ତ ପ୍ରକ୍ରିୟା ସମ୍ପାଦିତ କରାଯାଇଥିଲା। ଏହା ପ୍ରାୟ ୧୦ ଘଣ୍ଟା ସମୟ ନେଇଥିଲା। ଅସ୍ତ୍ରୋପଚାର ପରେ ଯୋଡ଼ା ଯାଇଥିବା ବାମ ହାତର ବୁଢ଼ା ଆଙ୍ଗୁଠିରେ ରକ୍ତ ସଞ୍ଚାଳନ ଆରମ୍ଭ ହୋଇଛି। ଯାହାକି ପ୍ରତିରୋପଣ ପ୍ରକ୍ରିୟା ସଫଳ ହୋଇଥିବା ଦର୍ଶାଉଛି। ଧୀରେ ଧୀରେ ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ କାମ କରିବା ଆରମ୍ଭ କରିବ ବୋଲି ଡ. ଗିରି ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.