Latest Odisha News

BREAKING NEWS

ଇନ୍ଦୋରର ଜଣେ ମହିଳାଙ୍କ ଚାଂଚଲ୍ୟକର ବୟାନ: ସୁଶାନ୍ତଙ୍କ ମୃତ୍ୟୁ ନେଇ ବହୁତ କଥା ଜାଣିଛି, ସୁରକ୍ଷା ଦେଲେ କହିବି

ଇନ୍ଦୋର: ଇନ୍ଦୋରର ଜଣେ ମହିଳା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କଥା ଜାଣିଛନ୍ତି ବୋଲି କହିଛନ୍ତି । ଏହି ଖବର ପାଇବା ପରେ ପୋଲିସ ସତର୍କ ହୋଇ ଉଠିଛି । ଡିଆଇଜି ମହିଳାଙ୍କ ପରିଚୟ ସାର୍ବଜନନୀ କରି ନାହାନ୍ତି । ଏଥିନେଇ ମହିଳାଜଣଙ୍କ ତାଙ୍କୁ ମନା କରିଥିଲେ । ମୋତେ ସୁରକ୍ଷା ପ୍ରଦାନ କଲେ ସୁଶାନ୍ତଙ୍କ ବିଷୟରେ ବହୁତ ତଥ୍ୟ ଦେବି ବୋଲି ମହିଳାଜଣଙ୍କ କହିଛନ୍ତି ।

ଏହି ଘଟଣାର ତଦନ୍ତ କରୁଥିବା ସମସ୍ତ ଏଜେନ୍ସି ଏବେ ସତର୍କ ହୋଇ ଉଠିଛନ୍ତି । ନିକଟରେ ଏମ୍ସ ସୁଶାନ୍ତଙ୍କ ହତ୍ୟା ହୋଇ ନାହିଁ ବୋଲି ରିପୋର୍ଟ ଦେବା ପରେ ସମର୍ଥକ ଓ ପରିବାରବର୍ଗ ଏଥିନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି । ୧୪ ଜୁନରେ ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ ଦେହ ତାଙ୍କ ଆପାର୍ଟମେଂଟରୁ ମିଳିଥିଲା ।

Comments are closed.