Latest Odisha News

BREAKING NEWS

ଆଲିୟାଙ୍କ ଭରଷା ସଂଜୟ ଲିଲା ଭଂସାଲୀ !

ମୁମ୍ବାଇ: ବାପା ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡକ୍‌-୨’ ସୁପର୍‌ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମର ବିଫଳତାକୁ ଏଡାଇ ପୁଣିଥରେ ଉଠି ଛିଡାହେବାକୁ ଚେଷ୍ଟା କରୁଛନ୍ତି ଆଲିୟା ଭଟ୍ଟ । ଏଥିପାଇଁ ସେ ଏବେ ସଂଜୟ ଲିଲା ଭଂସାଲୀଙ୍କ ସାହାରା ନେଇଛନ୍ତି ।

ଆରମ୍ଭ ହୋଇଛି ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ର ସୁଟିଂ । ଫିଲ୍ମରେ ଆଲିୟାଙ୍କୁ ଗଙ୍ଗୁବାଇ କିର୍ଦାରରେ ଦେଖିବାକୁ ମିଳିବ । ମୁମ୍ବାଇର ରେଡ୍ ଲାଇଟ୍ ଏରିଆ କମାଠିପୁରା ଉପରେ ଆଧାରିତ ଏହି ଫିଲ୍ମରେ ଆଲିୟା ରାଣୀ ମହୁମାଛି ଭୂମିକାରେ ଦେଖାଦେବେ ।

ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସଂଜୟ ଲିଲା ଭଂସାଲୀ । ଯାହାର କାହାଣୀ ହୁସୈନ ଜୈଦୀଙ୍କ ଲିଖିତ ବହି ‘ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ’ ଉପରେ ଆଧାରିତ । ଲକ୍‌ଡାଉନ୍ ପୂର୍ବରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲେ ବି କରୋନା ପାଇଁ ଅଧାରେ ହିଁ ସୁଟିଂ ବନ୍ଦ କରିବାକୁ ପଡିଥିଲା ।

ରିପୋର୍ଟ ଅନୁଯାୟୀ ଲକଡାଉନ ପୂର୍ବରୁ କିଛି ନାଇଟ୍ ସିନର ସୁଟି୍‌ଂ ଅଧାରେ ଅଟକିଥିଲା । ଯାହାକୁ ପୁନର୍ବାର ଭଂସାଲୀ ଆରମ୍ଭ କରିସାରିଛନ୍ତି । ଖାସ କରି ଆଲିୟାଙ୍କ ସିନ୍‌ଗୁଡିକ ଭଂସାଲୀ ଅତିଶୀଘ୍ର ସାରିଦେବାକୁ ଚାହୁଁଛନ୍ତି । ଆଲିୟାଙ୍କ ଛଡା ଫିଲ୍ମରେ ଅଭିନେତା ଶାନ୍ତନୁ ମହେଶ୍ୱରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ସରକାରୀ ନିୟମ ଅନୁଯାୟୀ ମାତ୍ର ୫୦ ଜଣ କ୍ରିଉ ମେମ୍ବରଙ୍କୁ ନେଇ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଲକଡାଉନ ପୂର୍ବରୁ ସଂଜୟ କମାଠିପୁରା ଭଳି ଏକ ସେଟ୍ ନିର୍ମାଣ କରିଥିଲେ । ହେଲେ ହଠାତ୍ ଲକଡାଉନ୍ ହେବା ଫଳରେ ସଂଜୟ ଅତି ସତର୍କତାର ସହ ସେଟ୍‌କୁ ଘୋଡାଇ ରଖିବାକୁ ନିଷ୍ପତ୍ତି ନେଇଥିଲେ ।

ଯଦି ସବୁକିଛି ଠିକ୍‌ଠାକ୍ ରହେ ତେବେ ଖୁବଶୀଘ୍ର ଫିଲ୍ମଟି ରିଲିଜ ହେବାର ସମ୍ଭାବନା ରହିଛି । ଏହି ଫିଲ୍ମ ଛଡା ଆଲିୟା ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ଜଡିତ ଅଛନ୍ତି । ଅନ୍ୟପଟେ ଫିଲ୍ମ ‘RRR’ରେ ମଧ୍ୟ ଆଲିୟା ନଜର ଆସିବେ ।

Leave A Reply

Your email address will not be published.