Latest Odisha News

BREAKING NEWS

ଏହିସବୁ ନୂଆ ଫିଚର୍ସ ସହ ଆସୁଛି ଗୁଗୁଲ ମ୍ୟାପ !

ଭୁବନେଶ୍ୱର: ଅଜଣା ସହରରେ ବାଟ କଢେଇ ନେବାକୁ ଅନେକ ସାହାଯ୍ୟ କରେ ଗୁଗୁଲ ମ୍ୟାପ୍ । ଏହା ମଧ୍ୟରେ ଏହି ଗୁଗଲ ମ୍ୟାପ ଲଂଚିଙ୍ଗକୁ ୧୫ ବର୍ଷ ପୁରିଛି ।ଏହି ଅବସରରେ କମ୍ପାନୀ ପକ୍ଷରୁ ଅନେକ ନୂଆ ଫିଚର ଲଞ୍ଚ କରିଛି ।

ୟୁଜରଙ୍କୁ ଅଟୋଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟର ସୂଚନା ଏବେ ଗୁଗୁଲ ମ୍ୟାପ ପ୍ରଦାନ କରିବ ।

ଗୁଗଲର ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଆଣ୍ଡ୍ରଏଡ଼ ପାଇଁ ଗୁଗଲ ମ୍ୟାପରେ ପବ୍ଲିକ ଟ୍ରାନ୍ସପୋର୍ଟ ଟ୍ୟାବ ଏବେ ଅଟୋ ରିକ୍ସାଠୁ ନେଇ ସମସ୍ତ ସାର୍ବଜନିକ ପରିବହନର ସୂଚନା ନେଇପାରିବ । ଏହା ସହିତ ୟୁଜର୍ସଙ୍କୁ କେଉଁଠିକୁ ଯିବାକୁ କେତେ ସମୟ ଲାଗିବ ଓ କେଉଁ ଷ୍ଟେସନରେ ଅଟୋ ରିକ୍ସା ମିଳିବା ପର୍ଯ୍ୟନ୍ତ ସମସ୍ତ ସୂଚନା ମିଳିବ ।

ତେବେ ପ୍ରଥମ ପର୍ଯ୍ୟାୟରେ ଏହି ସୁବିଧା କେବଳ ଦିଲ୍ଲୀ ଓ ବାଙ୍ଗାଲୋରରେ ଉପଲବ୍ଧ ହେବାକୁ ଥିବାବେଳେ ଅତିଶୀଘ୍ର ଏହାକୁ ସାରା ଦେଶରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।

କମ୍ପାନୀ ଏହି ଆପ ବ୍ୟତୀତ ଆହୁରି ୪ଟି ଟ୍ୟାବ ମଧ୍ୟ ଜାରି କରିଛି ।

Leave A Reply

Your email address will not be published.