Latest Odisha News

କରୋନା ଭାଇରସ: ପର୍ଯ୍ୟଟନ ଶିଳ୍ପ ଉପରେ ପଡୁଛି ପ୍ରଭାବ, ଟୁର ଅପରେଟର୍ସଙ୍କୁ ୫୦ କୋଟି ଟଙ୍କା ଘାଟା

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଭାରତ ର ଟୁର ଅପରେଟର୍ସ ଙ୍କୁ ୫୦ କୋଟି ଟଙ୍କାର କ୍ଷତି ହେବାର ଅନୁମାନ କରାଯାଉଛି । ଯଦି ଏହି ସଂକ୍ରମଣ କୁ ଜଲ୍ଦି କାବୁ କରାନଯାଏ ତାହାଲେ ଏହି କ୍ଷତି ବହୁ ଗୁଣା ହୋଇପାରେ । ଚୀନ ଓ ବିଶ୍ୱର ଅନ୍ୟ ସ୍ଥାନ ମାନଙ୍କୁ ଟ୍ରିପ ବାତିଲ ହେଲାପରେ ଟୁର ଅପରେଟର୍ସ ମାନଙ୍କୁ ଏହି କ୍ଷତି ସହିବାକୁ ପଡିଛି । ଭାରତର ସରକାରୀ ଏଆରଲାଇନ୍ସ କମ୍ପାନୀ ଏଆର ଇଣ୍ଡିଆ ଆଗାମୀ ନୋଟିସ ପର୍ଯ୍ୟନ୍ତ ଚୀନ ଓ ହଂଗକଂଗ କୁ ଉଡାଣ ବନ୍ଦ କରିଛି ଦେଇଛନ୍ତି । ସେହିପରି ଇଣ୍ଡିଗୋ ମଧ୍ୟ ନିଜର ଉଡାଣ ସେବାକୁ ବନ୍ଦ କରିଦେଇଛି ସେହି ସ୍ଥାନମାନଙ୍କୁ ।

ପର୍ଯ୍ୟଟନ ସେକ୍ଟରରେ ମାନ୍ଦା ଅବସ୍ଥା:

ଇଣ୍ଡିଆନ ଏସୋସିଏସନ ଅଫ ଟୁର ଅପରେଟର୍ସ ର ଉପାଧକ୍ଷ ଇ. ଏମ. ନଜୀବ ଏ ସମ୍ପର୍କରେ କହିଲେ ଯେ ‘ ହଜାର ହଜାର ବୁକିଂ ବାତିଲ ହେଲା ପରେ ପର୍ଯ୍ୟଟନ ଶିଳ୍ପ ରେ ଏଭଳି ମାନ୍ଦାଅବସ୍ଥା ଦେଖାଦେଇଛି । ଯାହା ଏହି କରୋନା ଭାଇରସ ର ପ୍ରଭାବ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।ସେ କହିଲେ ଯେ, ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଦକ୍ଷିଣୀ ରାଜ୍ୟ କେରଳ ଆଦି ରାଜ୍ୟ ର ଟ୍ରିପ ବାତିଲ କରାଯାଇଛି । ରାଜ୍ୟ ମାନଙ୍କ ରେ କରୋନା ଭାଇରସ ଆକ୍ରାନ୍ତ ତିନିଟି ମାମଲା ଦେଖା ଦେଇଥିବାରୁ ରାଜ୍ୟ ଅଧିକାରୀ ଜରୁରୀ ଅବସ୍ଥା ଘୋଷଣା କରିଛନ୍ତି ।

ସରକାରୀ ଆକଳନ ଅନୁସାରେ, ୨୦୧୮ ମସିହାରେ ୨,୮୦,୦୦୦ ଚୀନ ପର୍ଯ୍ୟଟକ ଭାରତ ଯାତ୍ରାରେ ଆସିଥିଲେ । ଚୀନର ପର୍ଯ୍ୟଟକ ରାଷ୍ଟ୍ରୀୟତା କ୍ଷେତ୍ରରେ ଖର୍ଚ୍ଚ କରୁଥିବା ବିଶ୍ୱର ଶ୍ରେଷ୍ଠ ଦଶଟି ଦେଶର ପର୍ଯ୍ୟଟକ ମଧ୍ୟରେ ସାମିଲ।

୫୦,୦୦୦ ଚୀନ ପର୍ଯ୍ୟଟକ ଭାରତ ଆସିବାର ସମ୍ଭାବନା ଥିଲା:

ଟୁର ଅପରେଟର୍ସ ଙ୍କ କହିବା ଅନୁସାରେ ଜାନୁଆରୀ-ଫେବୃଆରୀ ମଧ୍ୟମରେ ୫୦,୦୦୦ ଚୀନ ପର୍ଯ୍ୟଟକ ଭାରତ ଆସିବାର ସମ୍ଭାବନା ଥିଲା ଓ ଅଧିକାଂଶ ବୁକିଙ୍ଗ କ୍ୟାନସେଲ କରାଯାଇଛି । ଦେଶର ଅନ୍ୟ ଦେଶ ଭଳି ଭାରତ ମଧ୍ୟ ଚୀନ ଓ ହଂକଂ ନାଗରିକ ଙ୍କୁ ଭାରତ ଆସିବାରେ ରୋକ ଲଗାଇଦେଇଛି । ଇଣ୍ଡିଆନ ଟୁର ଅପରେଟର୍ସ ଆସୋସିଏସନ ର ରାଷ୍ଟ୍ରୀୟ ଉପାଧକ୍ଷ ପ୍ରଣବ ସରକାର କହିବା ଅନୁସାରେ, ” କରୋନା ଭାଇରସ ସଂକ୍ରମଣ ବ୍ୟାପୀବାରୁ ଚୀନ, ହଂକଂ ଓ ପଡୋଶୀ ଦେଶ କୁ ଯିବା ଆସିବା ପ୍ରଭାବିତ ହୋଇଛି ।

ଏଥିରେ ୫୦ ହଜାର ଡଲାର ତତ୍କାଳ କ୍ଷତି ହେବାର ଆଶଙ୍କା କରାଯାଉଛି । ସେ କହିଲେ ଯେ, ଘରୋଇ ଟୁର ଅପରେଟର୍ସ ଙ୍କ କ୍ଷତି ଆହୁରୀ ବଢିବ । ଚୀନ ଓ ଅନ୍ୟ ଦେଶ ମାନଙ୍କୁ ଯିବାକୁ ଥିବା ସ୍ଥାନୀୟ ପର୍ଯ୍ୟଟକଙ୍କ ମଧ୍ୟ ଏହି ଭାଇରସ ବ୍ୟାପିବା ପାଇଁ ନିଜ ଟିକେଟ ବାତିଲ କରିଛନ୍ତି ।

Leave A Reply

Your email address will not be published.