Latest Odisha News

ତ୍ରାଲରେ ବିଜେପି ନେତା ରାକେଶ ପଣ୍ଡିତଙ୍କୁ ଗୁଳି କରି ହତ୍ୟା

ତ୍ରାଲ:କଶ୍ମୀରର ତ୍ରାଲ ଅଂଚଳରେ ଆତଙ୍କବାଦୀମାନେ ବିଜେପିର ନଗରପାଳିକା ଅଧ୍ୟକ୍ଷ ରାକେଶ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି କଶ୍ମୀର ପଣ୍ଡିତଙ୍କ ଜଣଙ୍କ ଦୀର୍ଘ ଦିନ ଧରି ଉଗ୍ରବାଦୀଙ୍କ ନୀତି ବିରୋଧରେ ଲଢ଼ି ଆସୁଥିଲେ । ରାକେଶଙ୍କ ସୁରକ୍ଷା ପାଇଁ ୨ଜଣ ପିଏସଓ ଦିଆ ଯାଇଥିଲେ ମଧ୍ୟ ସେ ସେମାନଙ୍କ ବିନା ବାହାରକୁ ବୁଲିବାକୁ ଯାଇଥିଲେ । ତାଙ୍କ ମିତ୍ର ମୁସ୍ତାକଙ୍କୁ ସାକ୍ଷାତକରି ଆସୁଥିବା ବେଳେ ୩ଜଣ ଅଜ୍ଞାତ ଆତତାୟୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ମୁସ୍ତାକଙ୍କ ଝିଅ ମଧ୍ୟ ଆହତ ହୋଇଛନ୍ତି ।

BjdElectrycity

କଶ୍ମୀରର ବିଜେପି ପ୍ରବକ୍ତା ଘଟଣାକୁ କଡା ନିନ୍ଦା କରିଛନ୍ତି । ଯେତେ ଜଣଙ୍କୁ ତୁମେ ମାରିବ ତାର ବିକଳ୍ପରେ ଆହୁରି ଛିଡା ହେବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏଠାରେ ବିଜେପି ଏବଂ କଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀ ବାରମ୍ବାର ଟାର୍ଗେଟ କରୁଛନ୍ତି ।

Leave A Reply

Your email address will not be published.