Latest Odisha News

BREAKING NEWS

Maoist Killed: ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନକାଉଣ୍ଟର, ୬ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନକାଉଣ୍ଟର । ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୬ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଟପ୍ ମାଓନେତା ଥିବା ସୂଚନା ମିଳିଛି ।

ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମାରେଡୁମେଲ୍ଲୀରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ୬ଟାରୁ ୭ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଗୁଳି ବିନିମୟରେ ଜଣେ ଶୀର୍ଷ ମାଓନେତାଙ୍କ ସମେତ ୬ଜଣ ମାଓବାଦୀ ନିହତ ହୋଇଥିଲେ ।

ବର୍ତ୍ତମାନ ସେଠାରେ ଏକ ବଡ କମ୍ବିଂ ଅପରେସନ ଚାଲିଥିବା ଡିଜିପି ହରିଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି ।

Comments are closed.