ବଡ଼ବିଲ : ପୁରୁଣା ବସ ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼ । ବସ ଷ୍ଟାଣ୍ଡରେ ଥିବା ଏକ ଚା’ ଦୋକାନ ନିକଟରେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି । ଆହତ ହୋଇଥିବା ଯୁବକଙ୍କ ନାମ ଏମ୍ ଡି ଆକବର । ସେ ନ୍ୟୁ ମାର୍କେଟ ଅଞ୍ଚଳର ବୋଲି ଜଣାପଡ଼ିଛି । ଛୁରାମାଡ଼ ଯୋଗୁଁ ତାଙ୍କ ଯୁବକ ଜଣକର ବାମପଟ ପେଟରେ ଗଭୀର କ୍ଷତ ହୋଇଛି । ଆକବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ କରିଥିବା ଯୁବକଙ୍କ ନାଁ ହେଉଛି ଡାକା ।
ତେବେ ଯୁବକ ଜଣକ କାହିଁକି ଛୁରାମାଡ଼ କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ଏନେଇ ଖବର ପାଇ ବଡ଼ବିଲ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ଅଛନ୍ତି ।
Comments are closed.