Latest Odisha News

BREAKING NEWS

ଆମ୍ୱେଦକରଙ୍କ ୬୭ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ଡ.ବି.ଆର୍ ଆମ୍ବେଦକରଙ୍କ ୬୭ତମ ପୁଣ୍ୟତିଥି ।ସଂସଦରେ ତାଙ୍କ ଫଟୋଟିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ଉପରାଷ୍ଟ୍ରପତି ଜଗଦିପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତି ଥିଲେ । ସଂସଦରେ ବାବା ସାହେବଙ୍କ ଉଦ୍ଦେଶ୍ୟରେ ସଭାର ଆୟୋଜନ ହୋଇଛି ।

୬ଡିସେମ୍ୱର ୧୯୫୬ରେ ବାବାସାହେବ ଆମ୍ୱେଦକରଙ୍କ ଦେହାବସାନ ହୋଇଥିଲା । ସମ୍ବିଧାନ ନିର୍ମାତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ଏକାଧାରକେ ଜଣେ ସମାଜସଂସ୍କାରକ ଓ ବିଦ୍ୱାନ ଥିଲେ । ଜାତିବାଦ ବିରୋଧରେ ସେ ସଂଗ୍ରାମ କରିଥିଲେ । ଗରୀବ, ଦଳିତ ଓ ପଛୁଆବର୍ଗଙ୍କ ଉତ୍ଥାନ ପାଇଁ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ । ତେଣୁ ତାଙ୍କ ପୁଣ୍ୟତିଥିକୁ ମହାପରିନିର୍ବାଣ ଦିବସ ଭାବେ ପାଳନ କରାଯାଉଛି ।

Leave A Reply

Your email address will not be published.