ଗାନ୍ଧୀନଗର : ଦିନକୁ ଦିନ ଭାରତରେ ଅନଲାଇନ୍ ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଏମିତି ଏକ ଅନଲାଇନ ଠକେଇର ଶିକାର ହୋଇଛନ୍ତି ଗୁଜୁରାଟର ବାସୀନ୍ଦା ପ୍ରକାଶ ସାଓ୍ବନ୍ତ । ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ । ପ୍ରଥମେ ତାଙ୍କୁ ଗୋଟିଏ ଲାଇକ ପାଇଁ ୧୦୦ ଟଙ୍କାରେ ପ୍ରଲୋଭନ ଦେଖାଇଥିଲେ । ପରେ ତାଙ୍କଠାରୁ ୧୨ ଲକ୍ଷ ଟଙ୍କା ଠକି ନେଇଥିଲେ ଲୁଟେରା । ଏ ନେଇ ପ୍ରକାଶ ସାଇବର ଅପରାଧ ପୋଲିସରେ ଏକ ଠକେଇ ମାମଲା ମଧ୍ୟ ରୁଜ୍ଜୁ କରିଛନ୍ତି ।
ମାର୍ଚ୍ଚ ମାସରେ ସାଓ୍ବନ୍ତ ନିଜକୁ ଦିବ୍ୟା ନାମ୍ନୀ ଜଣେ ମହିଳାଙ୍କଠାରୁ ହ୍ବାଟ୍ସଆପରେ ଏକ ମେସଜ୍ ପାଇଥିଲେ । ଦିବ୍ୟା ତାଙ୍କୁ ଏକ ପାର୍ଟ ଟାଇମ୍ ଚାକିରି ଅଫର କରିଥିଲେ ଏବଂ କହିଥିଲେ ତୁମେ ଏଥିରୁ ଭଲ ରୋଜଗାର କରିପାରିବ । ଏଥିରେ ତୁମକୁ ସୋସିଆଲ ମିଡିଆରେ ଏକ ଇନଫ୍ଲୁଏନ୍ସର ଭାବେ କାମ କରିବାକୁ ପଡିବ ।
ଆହୁରି ମଧ୍ୟ ସେ କହିଥିଲେ ତାଙ୍କୁ ଇନଷ୍ଟାଗ୍ରାମରେ ସେଲିବ୍ରିଟିଙ୍କ ପୋଷ୍ଟକୁ ଲାଇକ ମାରିବାକୁ ହେବ ଏବଂ ଆକାଉଣ୍ଟକୁ ସବସ୍କ୍ରାଇବ କରିବାକୁ ପଡିବ । ଗୋଟିଏ ଲାଇକ୍ ପାଇଁ ତାଙ୍କୁ ୧୦୦ ଟଙ୍କା ମିଳିବ । ସେହିପରି ଯଦି ଦୁଇଟି ଲାଇକ୍ କରିବେ, ତେବେ ଏହାର ପ୍ରତି ବଦଳରେ ତାଙ୍କୁ ୨୦୦ ଟଙ୍କା ମିଳିବ । ଏମିତି କରି ସେ ପ୍ରତିଦିନ ୧ ହଜାରୁ ୧୫ ହଜାର ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିପାରିବେ କହି ପ୍ରଲୋଭିତ କରିଥିଲେ ।
ଏହା ପରେ ଦିବ୍ୟା ସାଓ୍ବନ୍ତଙ୍କୁ ଇନଷ୍ଟାଗ୍ରାମ ଲିଙ୍କ୍ ସେୟାର କରି ସେମାନଙ୍କୁ ଅନୁସରଣ କରିବାକୁ କହିଥିଲେ । ଏବଂ କହିଥିଲେ ତାଙ୍କ କହିବା ମୂତାବକ କାର୍ଯ୍ୟ କରିବା ପରେ ସ୍କ୍ରିନ୍ ସଟ୍ ନେଇ ତାଙ୍କୁ ପଠାଇବା ପାଇଁ । ଏହାପରେ ପୀଡିତଙ୍କୁ ଏକ ଗ୍ରୁପରେ ଯୋଡି ଦିଆଯାଇଥିଲା । ଯେଉଁଥିରେ ଅନେକ ଲିଙ୍କ ସେୟାର କରାଯାଇଥିଲା । ସ୍କାମର ମାନେ ପ୍ରଥମେ ସାଓ୍ବନ୍ତ ଙ୍କ ବିଶ୍ବାସ ଜିତିବା ପାଇଁ ୨୦୦ ଟଙ୍କା ଦେଇଥିଲେ । ଏହାପରେ ସାଓ୍ବନ୍ତ ଏହି କାର୍ଯ୍ୟରେ ଟିକିଏ ଆତ୍ମ ବିଶ୍ବାସ ପାଇଥିଲେ ।
ପରେ ଅନ୍ୟ ଏକ ମହିଳାଙ୍କ ସହ ଯୋଗାଯୋଗ କରାଯାଇଥିଲା । ମହିଳା ଜଣଙ୍କ ନିଜକୁ ଲକି ବୋଲି କହି ଏକ ଅନଳାଇନ୍ ଗ୍ରୁପରେ ଯୋଡିଥିଲେ । ଏଥିରେ ମଧ୍ୟ ସମାନ କାର୍ଯ୍ୟ କରିବାକୁ କୁହାଯାଇଥିଲା । ଏପରି କରିବା ପେର ପୀଡିତଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ୫୦୦ ଟଙ୍କା ଆସିଥିଲା ।
ଏମିତି କିଛି କରିବା ପରେ ଆହୁରି ଅଧିକ ରୋଜଗାର କରିବା ପାଇଁ ଏକ ପ୍ରିପେଡ୍ ଯୋଜନା ବିଷୟରେ କୁହାଯାଇଥିଲା । ଯେଉଁଥିରେ ପୀଡିତଙ୍କୁ କିଛି ଟଙ୍କା ଜମା କରିବାକୁ କୁହାଯାଇଥିଲା । ପୀଡିତା ପ୍ରଥମେ ୧ ହଜାର ଟଙ୍କା ଜମା କରିଥିଲେ । ଯାହା ପରେ ତାଙ୍କୁ ୧୩ ଶହ ଟଙ୍କା ମିଳିଥିଲା । ଏହାପରେ ସେ ୧୦ ହଜାର ଟଙ୍କା ଦେବା ପରେ ତାଙ୍କୁ ୧୨ ହଜାର ୩୫୦ ଟଙ୍କା ଫେରସ୍ତ କରାଯାଇଥିଲା । ଏମିତି କିଛି ଦିନ କରି ସାଓ୍ବନ୍ତ ଏହା ଠିକ୍ କାମ ବୋଲି ନିଶ୍ଚିତ ହୋଇଥିଲେ ।
ଏହାପରେ ସେ ୧୧.୨୭ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ହେଲେ ସ୍କାମରମାନେ ତାଙ୍କୁ ଆଉ ୧୧.୨୭ ଲକ୍ଷ ଡିପୋଜଟ କରିବା ପାଇଁ କହିଥିଲେ । କାରଣ ୪୫ ଲକ୍ଷ ଟଙ୍କା ପାଇବା ପାଇଁ ଏକ ନୂଆ କାରବାର କରିବାକୁ ପଡିବ ବୋଲି କହିଥିଲେ । ହେଲେ ତାଙ୍କ ପାଖରେ ଆଉ ଟଙ୍କା ନ ଥିବା ସେ କହିଥିଲେ । ହେଲେ ସେତେବେଳକୁ ତାଙ୍କର ପାଖାପାଖି ୧୨ ଲକ୍ଷ ଟଙ୍କା ଅନଲାଇନ୍ ଠକେଇ ହୋଇଯାଇଥିଲା । ଯାହାକୁ ନେଇ ସେ ପରେ ପୋଲିସ ଷ୍ଟେସନ ଯାଇ ଅଭିଯୋଗ କରିଛନ୍ତି ।
Comments are closed.