Latest Odisha News

BREAKING NEWS

ସାଉଥ୍ ସିନେମା ‘ଦେୱରା’ରେ ବଲିଉଡ଼ ଚର୍ଚ୍ଚିତ ୟଙ୍ଗଷ୍ଟାରଙ୍କ ଗ୍ରାଣ୍ଡ ଏଣ୍ଟ୍ରି; ନାଁ ଜାଣିଲେ କହିବେ ଫିଲ୍ମ ସୁପରହିଟ୍

ମୁମ୍ବାଇ: ବଲିଉଡ଼ ଚଳଚ୍ଚିତ୍ରରେ ସାଉଥ୍ କଳାକାର ଏବଂ ସାଉଥ୍ ଇଣ୍ଡଷ୍ଟ୍ରୀରେ ବଲିଉଡ଼ କଳାକାରଙ୍କ ପ୍ରବେଶକୁ ନେଇ ଆଜିକାଲି ବହୁତ ଚର୍ଚ୍ଚା ଚାଲିଛି। ସେଥିପାଇଁ ଉଭୟ ଇଣ୍ଡଷ୍ଟ୍ରୀର ନିର୍ମାତାମାନେ ଦର୍ଶକଙ୍କ ଇଚ୍ଛାକୁ ଧ୍ୟାନରେ ରଖି ଫିଲ୍ମ ନିର୍ମାଣ କରୁଛନ୍ତି। ବର୍ତ୍ତମାନ ସାଉଥ୍ ଫିଲ୍ମରେ ଜାହ୍ନବୀ କପୁର ଡେବ୍ୟୁ କରିବାକୁ ଯାଉଛନ୍ତି। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚାଲିଛି ଜୋରଦାର ଆଲୋଚନା। ଆଗାମୀ ଦିନରେ ସାଉଥ ଫିଲ୍ମ ‘ଦେୱରା’ ରେ ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ସହ ଜାହ୍ନବୀ କପୁର ନଜର ଆସିବା ନେଇ ଖବର ଆସିଥିଲା। ବର୍ତ୍ତମାନ ଏହି ଫିଲ୍ମରେ ଆଉ ଜଣେ ବଲିଉଡ଼ ଅଭିନେତା ନଜର ଆସିବା ନେଇ ଖବର ଆସିଛି।

ଏହି ଫିଲ୍ମର ମୁଖ୍ୟ ଅଭିନେତା ହେଉଛନ୍ତି ଜୁନିଅର ଏନଟିଆର। ବର୍ତ୍ତମାନ ଏହି ଚଳଚ୍ଚିତ୍ରରେ ବଲିଉଡ ଅଭିନେତା ଅଭିମନ୍ୟୁ ସିଂ ମଧ୍ୟ ଏଣ୍ଟ୍ରି କରିବା ନେଇ ଖବର ଆସିଛି। ଅଭିମନ୍ୟୁ ସିଂ ଜୁନିଅର ଏନଟିଆରଙ୍କ ସହ କାମ କରୁଥିବା ନିଜର ଅଭିଜ୍ଞତା ବଖାଣିଛନ୍ତି। ଅଭିନେତା କହିଛନ୍ତି, “ଜୁନିଅର ଏନଟିଆରଙ୍କ ସହ କାମ କରିବା ମୋ ପାଇଁ ଏକ ଭଲ ଅନୁଭୂତି ଅଟେ। ମୋତେ ତାଙ୍କର ହୋମ ପ୍ରଡକ୍ଟଶନ ପାଇଁ ତାଙ୍କ ସହ କାମ କରିବାକୁ ବହୁତ ଭଲ ଲାଗେ। ଏହି ଫିଲ୍ମରେ ମୋର ଏକ ଆକ୍ସନ୍ ସ୍ୱିକେନ୍ସ ଅଛି ଏବଂ ପ୍ରଥମ କାର୍ଯ୍ୟସୂଚୀ ହାଇଦ୍ରାବାଦରେ ଅଛି। ଦ୍ୱିତୀୟଥର ପାଇଁ ଆମେ ଏକା ସହ କାମ କରିବାକୁ ଯାଉଛି।”

ସେହିପରି ଜାହ୍ନବୀ କପୁର ବଲିଉଡ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ। ସେ ଅଭିନୟ ବ୍ୟତୀତ ମଡେଲିଂ ଏବଂ ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି।
ଜାହ୍ନବୀ କମ ବର୍ଷ ମଧ୍ୟରେ ସଫଳତାର ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ଅଭିନୟ ବ୍ୟତୀତ ମଡେଲିଂ ଏବଂ ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ନିଜର ୫ ବର୍ଷର କ୍ୟାରିୟର ମଧ୍ୟରେ ବହୁତ ଆୟ କରିଛନ୍ତି। ଗୋଟିଏ ଫିଲ୍ମ ପିଛା ୫ କୋଟି ଟଙ୍କା ଚାର୍ଜ କରନ୍ତି।

ଏହି ଚଳଚ୍ଚିତ୍ରର ସଙ୍ଗୀତ ଅନିରୁଦ୍ଧ ରବିଚନ୍ଦର ଏବଂ ଆର. ରତ୍ନାଭେଲୁ ହେଉଛନ୍ତି ସିନେମାଟୋଗ୍ରାଫର। ଫିଲ୍ମ ‘ଦେୱରା’ ରେ ଜାହ୍ନବୀ କପୁର ଏବଂ ସୈଫ ଅଲି ଖାନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଜାହ୍ନବୀ କପୁରଙ୍କ ତେଲୁଗୁ ସିନେମାରେ ବହୁ ପ୍ରତୀକ୍ଷିତ ଡେବ୍ୟୁକୁ ଚିହ୍ନିତ କରିଛି, ଯାହା ୫ ଏପ୍ରିଲ ୨୦୨୪ ରେ ମୁକ୍ତିଲାଭ କରିବ।

Comments are closed.