Latest Odisha News

BREAKING NEWS

ବିସ୍ଫୋରଣରେ ଥରିଲା ପାକିସ୍ତାନର ପେଶାଓ୍ୱାର

ପେଶଓ୍ୱାର: ପାକିସ୍ତାନର ପେଶାଓ୍ୱାରରେ ବଡ଼ ଧରଣର ବିସ୍ଫୋରଣ । ଏକ ମଦ୍ରାସାରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ଭିତରୁ କିଛି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା ।

ଆହତଙ୍କ ଭିତରେ ଅଧିକାଂଶ ଛୋଟ ପିଲା ଅଛନ୍ତି । ସେମାନଙ୍କୁ ସ୍ଥାନୀୟ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପେଶାଓ୍ୱାର ଦିର୍ କରୋନୀରେ ଥିବା ମଦ୍ରାସା ନିକଟରେ ଏହି ବିସ୍ଫୋରଣ ହୋଇଛି । ସେତେବେଳେ ମଦ୍ରାସାରେ ପାଠ ପଢ଼ାଯାଉଥିଲା ।

ବିସ୍ପୋରଣରେ ମଦ୍ରାସା ଭିତରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ଅଂଶ ଭାଙ୍ଗି ଚୁରମାର । କେମିତି ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ ସୂଚନା ମିଳି ନାହିଁ । ଏବେ ବି ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାମ ।

Leave A Reply

Your email address will not be published.