Latest Odisha News

BREAKING NEWS

କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲ କାରଖାନା

କେନ୍ଦୁଝର: କେନ୍ଦୁଝରରେ ହେବା ଷ୍ଟିଲ ପ୍ଳାଣ୍ଟ। JSW ଓ ପସ୍କୋ ମିଳିତ ଭାବେ କରିବେ ଏହି ଷ୍ଟିଲ ପ୍ଳାଣ୍ଟ। କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ଶୋ’ ବେଳେ ଉଭୟ JSW ଓ ପୋସ୍କୋ ସହ ଆଲୋଚନା ହୋଇଥିଲା। ସେମାନେ ମଧ୍ୟ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ସେମାନେ ପ୍ଲାଣ୍ଟ କରିବେ ବୋଲି ସେଥିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଜେଏସ୍‌ଡବ୍ଲ୍ୟୁ ସହ ପୋସ୍କୋ ଏମ୍‌ଓୟୁ କରିବା ପରେ ରାଜ୍ୟରେ ଷ୍ଟିଲ କାରଖାନା ନେଇ ଚର୍ଚ୍ଚା ହୋଇଥିଲା। କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବା ଦ୍ବାରା ସ୍ଥାନୀୟ ଲୋକଙ୍କ ସମେତ ରାଜ୍ୟର ଯୁବବର୍ଗଙ୍କୁ ନିଯୁକ୍ତି ମିଳିବାର ଆଶା କରାଯାଉଛି। ଏହି କାରଖାନା ଦ୍ବାରା ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବରେ ହଜାର ହଜାର ଲୋକଙ୍କ ପାଇଁ ରୋଜଗାରର ବାଟ ଫିଟିବ ବୋଲି ଆଶଙ୍କା କରାଯାଉଛି। କେନ୍ଦୁଝରରେ ନିଶ୍ଚିତ ଭାବେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.