Latest Odisha News

ରେକର୍ଡ କହୁଛି ଗାଁରେ ନାହାନ୍ତି ଦାଦନ, ତେବେ ବାହାର ରାଜ୍ୟରୁ ଦାଦନଙ୍କ ମୃତଦେହ ଆସୁଛି କିପରି

ସୋନପୁର: ଜିଲ୍ଲାରେ ଦାଦନ ଶ୍ରମିକ ସଂଖ୍ୟା ଶୂନ ବୋଲି କାଗଜ କଲମରେ ଦର୍ଶା ଯାଉଛି l ହେଲେ ଦାଦନ ଶ୍ରମିକ ମୃତ୍ୟୁ ଖବର ପାଇବା ପରେ ମୃତ ଶ୍ରମିକଙ୍କ ଘରେ ପହଞ୍ଚିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ l ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଗରିଆମୁଣ୍ଡା ଗାଁରେ ।

ସୂଚନା ଅନୁସାରେ, ଗରିଆମୁଣ୍ଡା ଗାଁର ଶଙ୍ଗର ନାଏକଙ୍କ ୨୪ ବର୍ଷୀୟ ପୁଅ ଅଚ୍ୟୂତ ନାଏକ ଦୀର୍ଘ ତିନି ବର୍ଷ ହେବ ବେଙ୍ଗାଲୁରୁର ଏକ ମସିଣା କମ୍ପାନିରେ କାମ କରୁଥିଲେ l ମଝିରେ ମଝିରେ ଘରକୁ ଆସି ପୁଣି କାମ କରିବାକୁ ଯାଉଥିଲେ l ତେବେ ଦୁଇ ଦିନ ତଳେ ହଠାତ ସେଠାରେ ତାଙ୍କ ଦାହ ଖରାପ ହୋଇଥିଲା l ତାଙ୍କ ସାଙ୍ଗରେ ଥିବା ଅନ୍ୟ ଯୁବକ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଯାଇଥିଲେ । ମତ୍ରା ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l ଏନେଇ ପରିବାର ଲୋକଙ୍କୁ ସାଥି ଯୁବକମାନେ ଖବର ଦେଇଥିଲେ l ହେଲେ ମୃତ୍ୟୁ ଖବର ପାଇ ପରିବାର ଲୋକ ଶବ ଆଣିବାକୁ ସାହାସ ପାଇ ନଥିଲେ l କାରଣ ଗରିବ ପରିବାରର ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ହୋଇଥିବା ବେଳେ ହାତରେ ଟଙ୍କା ପଇସା ନଥିବାରୁ ସେ ସରକାରୀ ସହାୟତା ଲୋଡିଥିଲେ l

ସ୍ଥାନୀୟ ସରପଞ୍ଚ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କୁ ଯୋଗାଯୋଗ କରି ଶବ ଆଣିବାକୁ ଅନୁରୋଧ କରିଥିଲେ l ବିଧାୟକ ଏବଂ ଓଡିଶା ମୋ ପରିବାରର ସହଯୋଗରେ ମୃତ ଦେହ ଗାଁରେ ପହଞ୍ଚିଥିବା ବେଳେ ଗାଁରେ ଶୋକାକୁଳ ପରିବେଶରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି l ତେବେ ସରକାରୀ ହିସାବରେ ଦାଦନ ଶୁନ୍ୟ ଜିଲ୍ଲାରୁ କିଭଳି ଦାଦନ ଯାଇ ମୃତ୍ୟୁ ବରଣ କରୁଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରୁଛି l

Leave A Reply

Your email address will not be published.