Latest Odisha News

BREAKING NEWS

ଆସିଲା ଦିବ୍ୟା ପହୁଜାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୁଣ୍ଡରେ ବାଜିଥିଲା ଗୁଳି

ଗୁରୁଗ୍ରାମ: ଆସିଲା ବହୁ ଚର୍ଚ୍ଚିତ ଗୁରୁଗ୍ରାମ ମଡେଲ ଦିବ୍ୟା ପହୁଜାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ବଡ ଖୁଲାସା । ତାଙ୍କ ମୁଣ୍ଡକୁ ଗୁଳି ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଦିବ୍ୟାଙ୍କ ମୁଣ୍ଡରୁ ଏକ ଗୁଳି ବାହାରିଛି । ହରିୟାଣାର ହିସାର ସ୍ଥିତ ‘ଅଗ୍ରୋହା ମେଡିକାଲ୍‌ କଲେଜ୍‌’ର ‘ଡକ୍ଟର୍‌ ମୋହନ ସିଂହଙ୍କ ନିର୍ଦ୍ଦେଶକ୍ରମେ ୪ଜଣ ଡାକ୍ତର ଦିବ୍ୟାଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ଏତିକି ବେଳେ ଡାକ୍ତରମାନେ ତାଙ୍କ ମୁଣ୍ଡରୁ ଏକ ଗୁଳି ବାହାର କରିଥିଲେ । ତେଣୁ ତାଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଥିବା ରିପୋର୍ଟରୁ ଜଣାପଡିଛି ।

ଖବର ଅନୁଯାୟୀ, ବର୍ତ୍ତମାନ ଦିବ୍ୟାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଆସିଥିବା ବେଳେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଶବ ବ୍ୟବଚ୍ଛେଦ ପରେ ଦିବ୍ୟାଙ୍କ ମୃତ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଅନ୍ତିମ ସଂସ୍କାର ପାଇଁ ସେମାନେ ଦିବ୍ୟାଙ୍କ ଶବକୁ ଗୁରୁଗ୍ରାମ ନେଇ ଯାଇଛନ୍ତି।

ସୂଚନା ଅନୁସାରେ, ମୃତ୍ୟୁର ୧୧ଦିନ ପରେ ହରିୟାଣା ଫେତହାବାଦ ଟୋହନାର ଏକ କେନାଲରୁ ମଡେଲ ଦିବ୍ୟାଙ୍କ ମୃତଦେହ ଉଦ୍ଧାର କରିଯାଇଥିଲା । ମୃତଦେହଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିବା ପରେ ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨ ତାରିଖରେ ଦିବ୍ୟାଙ୍କୁ ହୋଟେଲ ସିଟି ପଏଣ୍ଟ ରୁମ୍ ନମ୍ବର ୧୧୪ରେ  ହତ୍ୟା କରାଯାଇଥିଲା । ତେବେ ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ଏଯାବତ୍ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଦିବ୍ୟାଙ୍କୁ ହତ୍ୟା କରିଥିବା ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ ସହଯୋଗୀଙ୍କୁ ଗିରଫ କରିଛି ଗୁରୁଗ୍ରାମ ପୋଲିସ ।

 

 

Leave A Reply

Your email address will not be published.