Latest Odisha News

BREAKING NEWS

ଅଯୋଧ୍ୟା ରାମ ମନ୍ଦିର ପାଖରେ ଫ୍ଲାଟ୍ କିଣିଲେ ଅମିତାବ ବଚ୍ଚନ, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ମୁମ୍ବାଇ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏହା ପୂର୍ବରୁ ବିଗ୍ ବି ଅଯୋଧ୍ୟାରେ ଏକ ଫ୍ଲାଟ୍ କିଣିଛନ୍ତି ଯାହାର ମୂଲ୍ୟ ୧୪.୫ କୋଟି ଟଙ୍କା ଅଟେ । ମୁମ୍ବାଇର ଡେଭଲପର ଦ ହାଉସ ଅଫ ଅଭିନନ୍ଦନ ଲୋଢା ଦ୍ବାରା ଅଯୋଧ୍ୟାରେ ତିଆରି ହୋଇଥିବା ୭-ଷ୍ଟାର ଏନକ୍ଲେଭ ‘ଦ-ସରୟୁ’ରେ ଏହି ଲଗଜୁରିୟସ ଫ୍ଲାଟ୍ କିଣିଛନ୍ତି ।

ଖବର ମୁତାବକ, ଦ ହାଉସ ଅଫ ଅଭିନନ୍ଦନ ଲୋଢା ଓ ଅମିତାବ ବଚ୍ଚନଙ୍କ ମଧ୍ୟରେ ପ୍ରାୟ ୧୦ ହଜାର ବର୍ଗ ଫୁଟ୍ କ୍ଷେତ୍ରରେ ଏହି ପ୍ଲାଟ୍ କୁ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ଯାହାର ମୁଲ୍ୟ ସାଢେ ଚଉଦ କୋଟି ଅଟେ । ତେବେ ‘ଦ-ସରୟୁ’ ର ଉଦଘାଟନ ମଧ୍ୟ ଜାନୁଆରୀ ୨୨ ତାରିଖ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ହେବ ।

ଦ ହାଉସ ଅଫ ଅଭିନନ୍ଦନ ଲୋଢା ଙ୍କ ସହିତ ନିଜର ଫ୍ଲାଟ୍ କିଣିଥିବା ନେଇ ଖୁସି ପ୍ରକାଶ କରିଛନ୍ତି ଅମିତାବ ବଚ୍ଚନ । ଏହି ପ୍ରକଳ୍ପ ସମ୍ପର୍କରେ ଅମିତାଭ ବଚ୍ଚନ କହିଛନ୍ତି ଯେ, ଅଯୋଧ୍ୟାରେ ଥିବା ସରୟୁ ପାଇଁ ହାଉସ୍ ଅଫ୍ ଅଭିନନ୍ଦନ ଲୋଢାଙ୍କ ସହ ଏହି ଯାତ୍ରା ଆରମ୍ଭ କରିବାକୁ ସେ ଉତ୍ସାହିତ ଅଛନ୍ତି । ଅଯୋଧ୍ୟା ସହର ମୋ ହୃଦୟର ଅତି ନିକଟ ଅଟେ ଏବଂ ମୋ ହୃଦୟରେ ବାସ କରେ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.