Latest Odisha News

BREAKING NEWS

ମାସକ ତଳେ ଥିଲେ ୩ ନମ୍ବର ଧନୀ, ଏବେ ୩୦ ନମ୍ବରରେ ଆଦାନୀ

ନୂଆଦିଲ୍ଲୀ: ଦିନେ ଥିଲେ ଧନୀ ନମ୍ବର ୩ । ଏବେ ନମ୍ବର ୩୦ । ଏଥିପାଇଁ ଗୋଟିଏ ମାସ ବି ଲାଗିଲାନି । ମାସକ ତଳେ ବିଶ୍‌: ଧନୀ ତାଲିକାରେ ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ୩ ନମ୍ବରରେ ଥିବାବେଳେ ଏବେ ୩୦ ନମ୍ବରକୁ ଖସି ଆସିଛନ୍ତି । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ତାଙ୍କ କମ୍ପାନୀ ବିରୋଧରେ ଜାଲିଆତି ଓ ହେରେଫେର ଅଭିଯୋଗ ଆଣିବା ପରେ ତାଙ୍କ ବ୍ୟକ୍ତିଗତ ସମ୍ପତିର ମୂଲ୍ୟ ନିୟମିତ ହ୍ରାସ ପାଇବାରେ ଲାଗିଛି ।

ଜାନୁଆରୀ ୨୪ ତାରିଖରେ ହିଣ୍ଡେନବର୍ଗ ଏହି ଦୁର୍ନୀତି ସାମ୍ନାକୁ ଆଣିଥିଲା । ତା ପରେ ଆଦାନୀଙକ୍ ସମ୍ପତ୍ତି ମୂଲ୍ୟ କମିବାରେ ଲାଗିଥିଲା । ଏହି ସମୟ ମଧ୍ୟରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୮୦୦୦ କୋଟି ଡଲାର ହ୍ରାସ ପାଇଛି । ହିଣ୍ଡେନବର୍ଗର ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ ଖଣ୍ଡନ କରିଥିଲେ ହେଁ ନିବେଶକମାନଙ୍କୁ ତାହା ସନ୍ତୁଷ୍ଟ କରିପାରିନି । ସେୟାର ବଜାରରେ ନିବେଷକମାନେ ଆଦାନୀ କମ୍ପାନୀର ସେୟାର ବିକ୍ରି କରୁଥିବାରୁ ସେଗୁଡିକର ଦାମ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି ।

ଋିପୋର୍ଟରୁ ଜଣାଯାଇଛି, ଗତ ଏକମାସ ଭିତରେ ଆଦାନୀଙ୍କ ବିିିଭିନ୍ନ କମ୍ପାନୀର ବଜାର ପୁଞ୍ଜି ପରିମାଣ ୧୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଆଦାନୀ ଟୋଟାଲ ଗ୍ୟାସର ବଜାର ପୁଞ୍ଜିରେ ୮୦.୬୮ ପ୍ରତିଶତ, ଆଦାନୀ ଗ୍ରୀନ ଏନର୍ଜିର ମୂୂଲ୍ୟ୭୪.୬୨ ପ୍ରତିଶତ, ଆଦାନୀ ଟ୍ରାନ୍ସମିଶନରେ ୭୪.୨୧ ପ୍ରତିଶତ ଓ ଆଦାନୀ ଏଣ୍ଟରପ୍ରାଇଜେସ ବଜାର ପୁଞ୍ଜିରେ ୬୨ ପ୍ରତିଶତ ହ୍ରାସ ପାଇଛି । ଏହା ବ୍ୟତୀତ ତାଙ୍କର ଅନ୍ୟାନ୍ୟ କମ୍ପାନୀର ବଜାର ମୂଲ୍ୟ ମଧ୍ୟ ହ୍ରାସ ପାଇଥିବା ଜଣାଯାଇଛି । ଏହି ହ୍ରାସ ମୂଲ୍ୟ ଟିସିଏସ ବଜାର ପୁଞ୍ଜି ସହ ସମାନ ।

Leave A Reply

Your email address will not be published.