Latest Odisha News

BREAKING NEWS

ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କର ଗତକାଲି ଆମ୍ରି ହସ୍ପିଟାଲରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ସପ୍ତାହରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ଗତକାଲି ଅପରାହ୍ନରେ ପୁଣି ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତୁରନ୍ତ ଆମ୍ରି ହସ୍ପିଟାଲକୁ ନିଆଯାଇଥିଲା । ହେଲେ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

BjdElectrycity

ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଅଭିଳାଷ, ପତ୍ନୀ ସୁଶୀଳା, ପୁତୁରା ଗୋପାଳ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ସ୍ଵର୍ଗତ ମହାରଣା ସମ୍ବାଦ ଓ ପ୍ରମେୟ ପରି ପ୍ରମୁଖ ଖବରକାଗଜରେ ପ୍ରତିନିଧି ଭାବେ କାମ କରୁଥିଲେ । ୨୦୧୬ରେ ସେ ସମ୍ବାଦରୁ ଅବସର ନେବା ପରେ ପ୍ରମେୟରେ କାମ କରୁଥିଲେ ।

ଗଜେନ୍ଦ୍ର ମହାରଣା ଗଞ୍ଜାମ ଜିଲ୍ଲା ଆସିକାର ମୂଳ ବାସିନ୍ଦା । ସେ ଜଣେ ଚିତ୍ରଶିଳ୍ପୀ ମଧ୍ୟ ଥିଲେ । ତାଙ୍କର ବିୟୋଗ ଖବର ପ୍ରଚାର ହେବାପରେ ବିିିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।

 

 

Leave A Reply

Your email address will not be published.