ଦରଭଙ୍ଗା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ରୁଜୁ ହେଲା ୨ଟି ମାମଲା । ଆମ୍ବେଦକର ଛାତ୍ରାବାସରେ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ଅନୁମତି ଦିଆଯାଇ ନଥିବା ସତ୍ତ୍ବେ ରାହୁଲ ଗାନ୍ଧୀ ଜୋରଜବରଦସ୍ତି ହଷ୍ଟେଲର ପଛଦ୍ବାର ଦେଇ ହଷ୍ଟେଲ ଭିତରକୁ ପ୍ରବେଶ କରିଥିଲେ । ସେଠାରେ ଏକ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ ।
ବିହାରର ଦରଭଙ୍ଗା ଜିଲ୍ଲାର ଜିଲ୍ଲା କଲ୍ୟାଣ ଅଧିକାରୀ ଆଲୋକ କୁମାରଙ୍କ ଆବେଦନ ଉପରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୨୦ ଜଣଙ୍କ ବିରୋଧରେ ଲାହେରିଆସରାୟ ଥାନାରେ ଏକ ନାମିତ ଏଫଆଇଆର ରୁଜୁ କରାଯାଇଛି । ପୋଲିସ ଏହି ଲୋକଙ୍କ ବିରୁଦ୍ଧରେ ବିଏନଏସ ଧାରା ୧୬୩/୧୪୪ ଉଲ୍ଲଂଘନ କରିବା ପାଇଁ ଏକ ମାମଲା ରୁଜୁ କରିଛି । ଜିଲ୍ଲା କଲ୍ୟାଣ ଅଧିକାରୀ ଲେଖିଛନ୍ତି ଯେ ଆମ୍ବେଦକର ଛାତ୍ରାବାସରେ କାର୍ଯ୍ୟକ୍ରମ ପାଇଁ କୌଣସି ଆନୁଷ୍ଠାନିକ ଅନୁମତି ଦିଆଯାଇ ନଥିଲା । ଏହା ପରେ ମଧ୍ୟ ଏହି କାର୍ଯ୍ୟକ୍ରମ ସେମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ।
ଏହି ଘଟଣାକୁ ନେଇ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ‘ମୋ ବିରୋଧରେ ୩୦-୩୨ଟି ମାମଲା ପୂର୍ବରୁ ରୁଜୁ ହୋଇଛି । ଏହା ମୋ ପାଇଁ ମେଡାଲ ସହିତ ସମାନ ।
Comments are closed.