Latest Odisha News

BREAKING NEWS

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି, ମା’ ହେଲା ସିମ୍ପାଞ୍ଜି ‘ଦୁର୍ଗା’

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି । ସିମ୍ପାଞ୍ଜି ‘ଦୁର୍ଗା’ ପ୍ରଥମ ଥର ମା’ ହୋଇଥିବା ଜଣାପଡିଛି । ସେ ଏକ ସନ୍ତାନକୁ ଜନ୍ମ ଦେଇଛି । ଫଳରେ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

ବୁଧବାରବିଳମ୍ୱିତ ରାତିରେ ଦୁର୍ଗା ଶାବକ ଜନ୍ମ ଦେଇଥିବା ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ । ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି ।

ଦୁର୍ଗା ଓ ତାର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି । ମା-ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ନୂଆ ଅତିଥିର ଆଗମନରେ ପଶୁପ୍ରେମୀଙ୍କ ମଧ୍ୟରେ ଖୁସିର ବାତ୍ତାବରଣ ଖେଳିଯାଇଛି ।

ତେବେ ୨୦୨୪ ମସିହ ଡ଼ିସେମ୍ବର ୩୦ ତାରିଖରେ ସିମ୍ପାଞ୍ଜି ଜୁଲୁର ମୃତ୍ୟୁ ହୋଇସାରିଛି । ବାର୍ଦ୍ଧକ୍ୟରେ ପୀଡିତ ହେତୁ ଜୁଲୁର ମୃତ୍ୟୁ ହୋଇଥିଲା । ପମ୍ପେ୍ଟା ସହ ମିଳନରୁ ‘ଜୁଲୁ’ର ବଂଶ ବିସ୍ତାର ହୋଇଥିଲା । ନନ୍ଦନକାନନରେ ଜନ୍ମିତ ସମସ୍ତ ୧୪ ଶାବକ ‘ଜୁଲୁ’ ସହ ମିଳନରୁ ଜନ୍ମ ନେଇଛନ୍ତି ।

Comments are closed.