Latest Odisha News

BREAKING NEWS

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନକୁ ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ଅତିଥି ଆସିଛନ୍ତି । ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଏବଂ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି ।

ତେବେ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ଆସିଥିବା ଅତିଥି ମାନେ ହେଲେ ୨ଟି ଫିସିଂ କ୍ୟାଟ୍, ୮ଟି ଗ୍ରୀନ୍ ଇଗୁଆନା, ୬ଟି ୱାଟର ମନିଟର୍ ଲିଜାର୍ଡ, ୨ଟି ଜିରାଫ ଓ ୨ଟି ସ୍ପୁନ୍ ବିଲ୍ସ ଚଢେଇ ।

ସେହିପରି, ନନ୍ଦନକାନନରୁ ଦୁଇଟି ସିଂହ, ୨ଟି ହିମାଳୟାନ୍ କଳା ଭାଲୁ, ୨ଟି ହିପ୍ପୋ ଏବଂ ଗୋଟିଏ ବାଘ ଆଦି ଆଲିପୁର ଚିଡିଆଖାନାକୁ ପଠାଯିବ ।

ଏହି ନୂଆ ଅତିଥିମାନଙ୍କ ଆଗମନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବ ଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ସହ ଆହୁରି ନୂଆ ନୂଆ ଜୀବଙ୍କୁ ଦେଖିବାର ସୁଯୋଗ ମିଳିବ ବୋଲି ପର୍ଯ୍ୟଟକ ଖୁସି ବ୍ୟକ୍ତ କରିଛନ୍ତି ପଶୁ ପ୍ରେମୀ ଓ ପର୍ଯ୍ୟଟକ ।

Comments are closed.