Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ୨ୟ ଟି୨୦: ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ମେଲବୋର୍ଣ୍ଣ ଠାରେ ଖେଳା ଯାଇଥିବା ଟି-୨୦ ମ୍ୟାଚକୁ ବର୍ଷା ଯୋଗୁଁ ରଦ୍ଦ କରି ଦିଆଯାଇଛି। ଆଜିର ମ୍ୟାଚ ଖେଳି ଭାରତୀୟ ଦଳର ସିରିଜ ବରାବର ସ୍ୱପ୍ନକୁ ବର୍ଷା ଏକପ୍ରକାର ଧୋଇ ନେଇଛି ।

ମିଳିଥିବା ସୂଚନା ଅନୁଯାୟୀ ଟସ୍ ଜିତି ଭାରତୀୟ ଦଳ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ କରି ୧୯ ଓଭରରେ ୭ ୱିକେଟ ବିନିମୟରେ ୧୩୨ ରନ୍ କରିପାରିଥିଲା । ପରେ ପରେ ବାରମ୍ବାର ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା ଏବଂ ଭାରତକୁ ଡିଏଲ୍ ନିୟମ ଅନୁସାରେ ୧୧ ଓଭରରେ ୯୦ ରନ୍ ଟାର୍ଗେଟ ମିଳିଥିଲା।

ଅନ୍ୟପକ୍ଷରେ ବର୍ଷା ପରେ ଭାରତକୁ ୫ ଓଭରରେ ୪୬ ରନ୍ ଟାର୍ଗେଟ ମିଳିଥିଲା କିନ୍ତୁ ବାରମ୍ବାର ବର୍ଷା ଫଳରେ ୨ୟ ଇନିଂସ ଖେଳ ହୋଇ ପାରି ନଥିଲା। ମ୍ୟାଚ ରଦ୍ଦ ପରେ କଙ୍ଗାରୁ ଦଳ ୧-୦ରେ ଲିଡ୍ ଜାରି ରଖିଛି ।

ତେବେ ଆଗାମୀ ନଭେମ୍ବର ୨୫ ତାରିଖରେ ସିଡନୀରେ ଖେଳାଯିବାକୁ ଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ଜିତି ସିରିଜ ବରାବର କରିବା ପାଇଁ ଦୃଢ ଚେଷ୍ଟା କରିବ ।

Leave A Reply

Your email address will not be published.