Latest Odisha News

BREAKING NEWS

ନବରାତ୍ରୀ; ମା’ଙ୍କ ଆଶୀର୍ବାଦରୁ ଦୀର୍ଘ ୫୮ ବର୍ଷ ପରେ ଘଟିବ ଏଭଳି ସଂଯୋଗ

୧୭ ଅକ୍ଟୋବର ୨୦୨୦ଠାରୁ ଆଦିଶକ୍ତି ମା’ ଦୁର୍ଗାଙ୍କ ଉପାସନା ଅର୍ଥାତ୍‌ ପାର୍ବଣ ପର୍ବ ନବରାତ୍ରୀ ଆରମ୍ଭ ହେଉଛି। ନବରାତ୍ରୀର ଏହି ପବିତ୍ର ପର୍ବ ୨୫ ଅକ୍ଟୋବରରେ ଶେଷ ହେବ। ଏହି ୯ ଦିନରେ ମାଙ୍କୁ ନଅ ରୂପରେ ପୂଜା ପାଇବେ।

ଏଥର ଅଷ୍ଟମୀ ଏବଂ ନବମୀ ଗୋଟିଏ ଦିନରେ ପଡୁଥିବାରୁ ମା’ଙ୍କ ଆରାଧନା ପୂରା ୯ ଦିନ ଧରି କରାଯିବ। ନବରାତ୍ରୀରେ ମାତା ଦୁର୍ଗାଙ୍କ ଆରାଧନା ଘଟସ୍ଥାପନାରୁ ଆରମ୍ଭ ହୋଇଥାଏ।

ଏଥର ନବରାତ୍ରୀରେ ଉଭୟ ଗୁରୁ ଏବଂ ଶନି ଗ୍ରହ ନିଜ ରାଶିରେ ବିରାଜମାନ କରିଛନ୍ତି। ଅର୍ଥାତ୍ ଶନି ମକର ରାଶିରେ ରହିବେ ଏବଂ ଗୁରୁ ଧନୁ ରାଶିରେ ରହିବେ।

ଏହାଦ୍ୱାରା ସମସ୍ତ କାର୍ଯ୍ୟର ଶୁଭ ଫଳ ଲାଭ ହୋଇଥାଏ। ତେବେ ନବରାତ୍ରୀ ସମୟରେ ଗୁରୁ ଏବଂ ଶନି ଗ୍ରହ ନିଜ ନିଜ ରାଶିରେ ବିରାଜମାନ କରିବାର ଏଭଳି ଦୁର୍ଲଭ ସଂଯୋଗ ପ୍ରାୟ ୫୮ ବର୍ଷ ପରେ ଆସିଛି। ଏହା ପୂର୍ବରୁ ଗୁରୁ ଏବଂ ଶନି ଗ୍ରହଙ୍କ ଏଭଳି ସ୍ଥିତି ୧୯୬୨ ମସିହାରେ  ପଡ଼ିଥିବା ନବରାତ୍ରୀରେ ଘଟିଥିଲା।

ଏହା ବ୍ୟତୀତ ଚଳିତ ବର୍ଷ ନବରାତ୍ରୀରେ ରାଜ ଯୋଗ, ଦ୍ୱିପୁଷ୍କର ଯୋଗ, ସିଦ୍ଧି ଯୋଗ, ସର୍ବାର୍ଥସିଦ୍ଧି ଯୋଗ ଏବଂ ଅମୃତ ଯୋଗ ଭଳି  କେତେକ ଦୁର୍ଲଭ ସଂଯୋଗ ରହିଥିବା କୁହାଯାଉଛି। ତେବେ ଏହି ସଂଯୋଗ  ଯୋଗୁ ନବରାତ୍ରୀ ପର୍ବ କଲ୍ୟାଣକାରୀ ଏବଂ ଲାଭଦାୟକ ହେବ।

Leave A Reply

Your email address will not be published.