Latest Odisha News

BREAKING NEWS

ଭୋକରେ ରହିଛି ଭାରତ!!

ନୂଆଦିଲ୍ଲୀ: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୦ରେ ଭାରତ ୧୦୭ଟି ଦେଶ ମଧ୍ୟରୁ ୯୪ତମ ସ୍ଥାନରେ ରହିଛି ।

ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଖରାପ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା, ପ୍ରଭାବଶାଳୀ ମନିଟରିଂର ଅଭାବ, ପୁଷ୍ଟିହୀନତାର ମୁକାବିଲା ପାଇଁ ନିରବଚ୍ଛିନ୍ନ ଆଭିମୁଖ୍ୟ ଅଭାବରୁ ଯୋଗୁଁ ଭାରତର ସ୍ଥିତି ଖରାପ ରହିଛି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଗତ ବର୍ଷ ୧୧୭ଟି ଦେଶ ମଧ୍ୟରୁ ଭାରତର ମାନ୍ୟତା ୧୦୨ ରହିଥିଲା ।

ପଡୋଶୀ ବାଂଲାଦେଶ, ମିଆଁମାର ଏବଂ ପାକିସ୍ତାନ ମଧ୍ୟ ‘ଗୁରୁତର’ ବର୍ଗରେ ଅଛନ୍ତି କିନ୍ତୁ ଭାରତଠାରୁ ସେମାନେ ଅଧିକ ସ୍ଥାନ ପାଇଛନ୍ତି।

ବାଂଲାଦେଶ ୭୫ତମ ସ୍ଥାନରେ ଥିବାବେଳେ ମିଆଁମାର ଏବଂ ପାକିସ୍ତାନ ୭୮ତମ ଏବଂ ୮୮ତମ ସ୍ଥାନରେ ରହିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ୭୩ତମ ସ୍ଥାନରେ ନେପାଳ ଏବଂ ୬୪ତମ ସ୍ଥାନରେ ଶ୍ରୀଲଙ୍କା ‘ମଧ୍ୟମ କ୍ଷୁଧା ବର୍ଗ’ ରେ ଅଛନ୍ତି।

ଚାଇନା, ବେଲାରଷ, ୟୁକ୍ରେନ, ତୁର୍କୀ, କ୍ୟୁବା ଏବଂ କୁଏତ ସମେତ ୧୭ଟି ଦେଶ GHI ସ୍କୋର ସହିତ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ୱେବସାଇଟରେ ଭଲ ପ୍ରଦର୍ଶନ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଭାରତ ଜନସଂଖ୍ୟାର ୧୪ପ୍ରତିଶତ ପୁଷ୍ଟିହୀନତାର ଶିକାର ହୁଅନ୍ତି । ଭାରତରେ ପାଞ୍ଚବର୍ଷରୁ କମ ଶିଶୁଙ୍କ ମୃତ୍ୟୁହାର ୩.୭ ପ୍ରତିଶତ ରହିଛି ।

Leave A Reply

Your email address will not be published.